ଟିଟିଲାଗଡ ସାହିତ୍ୟ ସଂସ୍କୃତି ତରଫରୁ ବିଷୁବ ମିଳନ ଉତ୍ସବ ପାଳନ
ବଲାଙ୍ଗିର, 15 ଏପ୍ରିଲ୍ (ହି.ସ.)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସାହିତ୍ୟ ସଂସ୍କୃତି ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡ. ଘନଶ୍ୟାମ ଜୈନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର କଲେଜର ଡ. ଶ୍ୟାମ ଭୋଇ, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତିଆ
ଟିଟିଲାଗଡ ସାହିତ୍ୟ ସଂସ୍କୃତି ତରଫରୁ ବିଷୁବ ମିଳନ ଉତ୍ସବ ପାଳନ


ବଲାଙ୍ଗିର, 15 ଏପ୍ରିଲ୍ (ହି.ସ.)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସାହିତ୍ୟ ସଂସ୍କୃତି ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡ. ଘନଶ୍ୟାମ ଜୈନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର କଲେଜର ଡ. ଶ୍ୟାମ ଭୋଇ, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତିଆ ଓ ସଂପାଦକ ପ୍ରମୋଦ ପାଲ ମଞ୍ଚାସିନ ଥିଲେ । ସାହିତ୍ୟ ସଂସ୍କୃତି ସଂସ୍ଥା ଗଠନର ଉଦ୍ଦେଶ୍ୟ ଉପରେ ପ୍ରକାଶ କରିଥିଲେ ରାଜୀବ ଲୋଚନ ପାଢ଼ୀ ଏବଂ ମଞ୍ଚ ପରିଚାଳନା କରିଥିଲେ ସତ୍ୟବ୍ରତ ପଣ୍ଡା । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ସରସ୍ଵତୀ ଶିଶୁ ମନ୍ଦିର ବିଦ୍ୟାର୍ଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସଂସ୍ଥା ତରଫରୁ ସ୍ମରଣିକା ଅତିଥିଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା । ଏହି ଅବସରରେ ବିଷୁବ ସମ୍ମାନରେ ଦୁର୍ବାଦଳ ମେହେର, ଶିକ୍ଷା କ୍ଷେତ୍ରରେ ସରିତା ରାଣୀ ସିଂଦେଓ, ଶିଳ୍ପୀ ସମ୍ମାନ ସ୍ଵାତୀ ସୁଚରିତା ଗୁରୁ, କୁଶଳୀ କଳା କ୍ଷେତ୍ରରେ ଡ.ବ୍ରଜ ମୋହନ ମେହେରଙ୍କୁ ମାନପତ୍ର ଓ ସାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜଗନ୍ନାଥ ପଣ୍ଡା । ସଂସ୍ଥା ତରଫରୁ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ପଣା ଓ ରାତ୍ରି ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande