
ବଲାଙ୍ଗିର, 15 ଏପ୍ରିଲ୍ (ହି.ସ.) ନୃସିଂହ ମନ୍ଦିର ପରିସର ରେ ସଂସ୍କୃତ ପରିଷଦ ବଲାଙ୍ଗିର ର ବାର୍ଷିକ ଉତ୍ସବ ଆଇନଜିବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରାଣ ବଲ୍ଲଭ ତ୍ରିପାଠୀ ଦୀପ ପ୍ରଜ୍ଜଳନ କରି ହନୁମାନଜୀଙ୍କ ପୂଜା ପରେ ସାମୁହିକ ଭାବେ ହନୁମାନ ଚାଳିଶା ଗଠନ କରାଯାଇଥିଲା । ମୁଖ୍ୟବକ୍ତା ନବୀନ କୁମାର ବେଦବାକ ସଂକଟ ମୋଚନ ଅନୁମାନଙ୍କ ଜୀବନୀ ଓ ବିଭିନ୍ନ ଚରିତ୍ର ର ଦୃଷ୍ଟାନ୍ତ ଦେଇଥିଲେ । ସମ୍ପାଦକ ରାଜ କିଶୋର ପଣ୍ଡା ବିଷୁବ ସଂକ୍ରାନ୍ତି ଓ ଜନଜୀବନ ଉପରେ ଏହାର ପ୍ରଭାବ ନେଇ ମତ ପ୍ରକାଶ କରିଥିଲେ । ଏହି ଅଧିବେଶନରେ ବ୍ରଜ କିଶୋର ପଣ୍ଡା, ସିତାଂଶୁ ଶେଖର ନାୟକ, ପର୍ଶୁରାମ ନାୟକ, କେଶବ ଚନ୍ଦ୍ର ମିଶ୍ର, କିଶୋର ମୋହନ ମିଶ୍ର, ସଂକୀର୍ତ୍ତନ ତ୍ରିପାଠୀ ଅଂଶଗ୍ରହଣ କରି ନିଜସ୍ୱ ମତ ପ୍ରକାଶ କରିଥିଲେ । ଶେଷରେ ସଭାପତି ଙ୍କ ଭାଷଣ ପରେ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ