
ଜୟପୁର,୧୫ ଏପ୍ରିଲ୍ (ହି.ସ.) - ଆଜି ଜୟପୁର ଉପଜିଲ୍ଲାପାଳ ବତାସନା ପଂଚାୟତ ଓ ସିପିଆଇ ପ୍ରତିନିଧିଙ୍କୁ ସେହି ଅଂଚଳର ବେଆଇନ୍ ଭାବେ ସରକାରୀ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ହୋଇଥିବା ଦାବି ଉପରେ ଆଲୋଚନା କରିଛନ୍ତି । ପ୍ରକାଶ ଥାଉକି ଗତ ଦୁଇ ତାରିଖ ଦିନ ସିପିଆଇ ନେତୃତ୍ୱରେ କୋଟପାଡ଼ ତହସିଲ ର ବତାସନା ପଂଚାୟତ ବାସୀ ବିଭିନ୍ନ ଦାବି ସହ ମୁଖ୍ୟତଃ ସରକାରୀ ଜମି ଜବରଦଖଲକାରୀଙ୍କୁ ହଟେଇ ଭୂମୀ ହୀନଙ୍କ ମଧ୍ୟରେ ବଂଟନ ପାଇଁ ଦାବି କରାଯାଇଥିଲା । ଏହି ସମ୍ବନ୍ଧରେ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ଆଜି ଉପଜିଲ୍ଲାପାଳ ବରିଷ୍ଠ ସିପିଆଇ ନେତା ଯୁଧିଷ୍ଠିର ରାଉଳ ଏବଂ ବତାସନା ପଂଚାୟତ ପ୍ରତିନିଧି ମାନଙ୍କୁ ଆଲୋଚନା ପାଇଁ ସକାଳ ଘ ୧୦.୦୦ ଟାରେ ସମୟ ଦେଇ ଆଲୋଚନା କରିଛନ୍ତି । କୋଟପାଡ଼ ତହସିଲଦାର ନେଇଥିବା ପଦକ୍ଷେପ ଓ ଘଟଣାର ସ୍ୱତନ୍ତ୍ର ତଦନ୍ତ କରି ଯଥାଯଥ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ବୈଠକରେ ସର୍ବଶ୍ରୀ ଯୁଧିଷ୍ଠିର ରାଉଳ,କୁରୁମନାଥ ଭତରା, ପୁର୍ଣ୍ଣ ଚନ୍ଦ୍ର ସୁରୁ , ତ୍ରିପତୀ ଭତରା, ଗୋବର୍ଦ୍ଧନ ଭତରା, ଗୋପବନ୍ଧୁ ହରିଜନ, ମୁକୁନ୍ଦ ଭତରା ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି