
ଧର୍ମଶାଳା,୧୫ ଏପ୍ରିଲ(ହି.ସ.) - ଗଛ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସଚେତନ କରାଯାଇବା ସହିତ ବନିକରଣ ନିମନ୍ତେ ବିଭିନ୍ନ ସ୍ଥାନରେ ଗଛ ଲଗାଯାଉଛି । ସେପଟେ ପ୍ରଶାସନ ପକ୍ଷରୁ ସେପରି କିଛି ପଦକ୍ଷେପ ନ ନେବାରୁ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଅଦ୍ଧି ପାଇବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବୈରୀ ବନବିଭାଗ ଅଧିନରେ ଥିବା ରସୁଲପୁର ବ୍ଲକ ଅଂଚଳରେ । ବେଧଡକଭାବେ ବେଆଇନଭାବେ କାଠ କଟା ଯାଉଥଇବା ବେଳେ ଛକ ବଜାରରେ ମୁନାଫାଖୋର ବ୍ୟବସାୟୀ ପ୍ରଶାସନକୁ ହାତବାରିସୀ କରି ମାଳମାଳ ଖୋଲାମେଲାରେ କାଠ ଡିପୋ କରି ବ୍ୟବସାୟ ଚଳାଇଛନ୍ତି । ଏହି ବ୍ଲକ ଅନ୍ତର୍ଗତ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଗୋଟିଏ ସ୍ଥାନରେ ସ୍ୱୀକୃତିପ୍ରାପ୍ତ କାଠ ଡିପୋ ରହିଥିବା ବେଳେ ବାକି ୫ଗୋଟି ସ୍ଥାନରେ ବେଆଇନଭାବେ କାଠ ଡିପୋ କରାଯାଇ ବେଧଡକ ଭାବେ ବ୍ୟବସାୟ କରି ଜନସାଧାରଣମାନଙ୍କୁ ଲୁଟିବାରେ ବ୍ୟସ୍ତ ରହୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବ୍ୟବସାୟୀମାନେ ବିଭିନ୍ନ ଅଂଚଳରୁ ନାମୀଦାମୀ ଗଛ କାଟି ସେଗୁଡିକୁ ସ-ମିଲମାନଙ୍କରେ କାଟି ଘର ନିକଟରେ କାଠ ଡିପୋରେ ଶଗୁଆନ,ପିଆଶାଳ,ଶାଳ,ପୁଟିଆ,ଆମ୍ବ ଓ ପଣସ ମହଜୁଦ ରଖି ଗ୍ରାହକମାନଙ୍କୁ ଚଢା ଦରରେ ବିକ୍ରୀ କରିଥାନ୍ତି । ସେପଟେ ବନବିଭାଗକୁ ହାତ କରି ଏହି ବ୍ୟବସାୟ ନିତି ଦିନିଆରେ ପରିଣତ କଲେଣି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲୋକ ଦେଖାଣିଆଭାବେ ବ୍ୟବସାୟୀଙ୍କୁ ଆଗୁଆ ସୂଚନା ଦେଇ ଚଢାଉ କରୁଛନ୍ତି । ଆଗୁଆ ସୂଚନା ଦେବା ଫଳରେ ବ୍ୟବସାୟୀମାନେ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପଂହଚିବା ପୂର୍ବରୁ ସେମାନେ କାଠ ଡିପୋ ବନ୍ଦ କରି ଦେଉଛନ୍ତି । ଯାହାକି ସେମାନେ ଖାଲି ହାତରେ ଫେରି ଯାଉଛନ୍ତି । ବ୍ୟବସାୟୀ ଓ ବନବିଭାଗ କର୍ମଚାରୀଙ୍କ ଭିତିରି ବୁଝାମଣାରେ ଏହି ସବୁ ବେଆଇନ ଡିପୋ ଚାଲୁଥିବା ବେଳେ କାଠ ମାଫିଆମାନଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କତୃପକ୍ଷରୁ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ