
ଧର୍ମଶାଳା,୧୫ ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦାସ୍ଥିତ ଇଣ୍ଡିଆନ୍ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଅଧ୍ୟକ୍ଷ ସେକ୍ ଅସମତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଶିଶୁ ଅଧିକାର ସୁରକ୍ଷା କର୍ମୀ ମଂଟୁ ଦାସ ,ମୁଖ୍ୟବକ୍ତାଭାବେ ବ୍ରହ୍ମବରଦା ଯୁକ୍ତ ଦୁଇ ମହାବିଦ୍ୟାଳୟର ପ୍ରାକ୍ତନ ଖେଳ ଶିକ୍ଷକ ସେକ୍ ନିଜାମୁଦ୍ଧିନ ଓ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଚିନ୍ମୟ ନାୟକ ଓ ଆତ୍ମରକ୍ଷା ପ୍ରଶିକ୍ଷକ ସମର ସିଂ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ସହିତ ଖେଳ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନେ ସ୍କୁଲର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । କା କ୍ରମ ପରିଚାଳନାରେ ଅସିହା ସେଖ୍,ମହମ୍ମଦ ସେଖ୍ ,ମହମ୍ମଦ ଖୁରସିଦ୍,ରମାକାନ୍ତ ବେହେରା,ଚନ୍ଦ୍ରମଣୀ ସାହୁ,ଅଞ୍ଜୁମ ଖାତୁନ୍,ସଦାଫ୍ ଅକ୍ତର,ସୀତସ୍ନା ସାହୁ,ଫରାନ ସେଖ୍,ସଗୁପ୍ତା ଖାନ୍,ଦିପ୍ତୀମୟୀ ଓଝା,ଆସମା ପରୱିନ୍,ରୋକେୟା ପରୱିନ୍,ପୂଜା ମଲ୍ଲିକ,ଭାଗ୍ୟଶ୍ରୀ ଦାସ ଓ ଦିପାଞ୍ଜଳୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ