ନାରୀ ଶକ୍ତି ବନ୍ଦନ ଅଧିନିୟମ : ବାଇକ୍ ରାଲି ଜରିଆରେ ମୋଦିଙ୍କୁ ଧନ୍ୟବାଦ ଦେଲା ମହିଳା ମୋର୍ଚ୍ଚା
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ବାଇକ୍ ରାଲି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚାର କର୍ମକର୍ତାମାନେ ଏଜି ଛକରୁ ବାହାରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯାଏଁ ବାଇକ୍ ରାଲି କରିଥିଲେ। ରା
ନାରୀ ଶକ୍ତି ବନ୍ଦନ ଅଧିନିୟମ : ବାଇକ୍ ରାଲି ଜରିଆରେ ମୋଦିଙ୍କୁ ଧନ୍ୟବାଦ ଦେଲା ମହିଳା ମୋର୍ଚ୍ଚା


ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ବାଇକ୍ ରାଲି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚାର କର୍ମକର୍ତାମାନେ ଏଜି ଛକରୁ ବାହାରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯାଏଁ ବାଇକ୍ ରାଲି କରିଥିଲେ। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଲୋକସଭା ଓ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ପାଇଁ ଅଧିନିୟମ ଆସିବାକୁ ଯାଉଛି । ଏଥିପାଇଁ ଆସନ୍ତାକାଲି ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି । ଏହା ହେଲେ ମହିଳା ନେତୃତ୍ୱ ବୃଦ୍ଧି ପାଇବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande