ମହିଳା ପ୍ରତିନିଧିତ୍ୱରେ ଓଡିଶା ରୋଲ ମଡେଲ- ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ନାରୀ ଶକ୍ତି ବନ୍ଦନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଏବେ ଭାଗିଦାରୀ ନୁହେଁ ପ୍ରତିନିଧିତ୍ୱ ଦରକାର। ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।୨୭ ବର୍ଷର ଅପେକ୍ଷାର ଅନ୍ତ ହେ
pravati parida


ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ନାରୀ ଶକ୍ତି ବନ୍ଦନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଏବେ ଭାଗିଦାରୀ ନୁହେଁ ପ୍ରତିନିଧିତ୍ୱ ଦରକାର। ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।୨୭ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।୨୦୨୯ରେ ଏକ ତୃତୀୟାଂଶ ମହିଳା ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ପାଇଁ ଏହି ସଂରକ୍ଷଣ ବିଲ ଆସୁଛି। ଓଡିଶା ହେଉଛି ବେଷ୍ଟ ଏବଂ ରୋଲ ମଡେଲ ମହିଳା ପ୍ରତିନିଧିତ୍ୱରେ। ରାଜ୍ୟର ବଡ଼ ପଦ ପଦବୀରେ ମହିଳାମାନେ ହିଁ ଅଛନ୍ତି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଉପ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ମହିଳା। ଏହାସହ ଓଡିଶାର ଜଣେ ଝିଅ ଆଜି ଭାରତ ବର୍ଷର ରାଷ୍ଟ୍ରପତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande