ବୈଶାଖ ମେଳା ଅବସରରେ ୧୫ଟି ସ୍ଵତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳଙ୍କୁ ଦାବି : ଟିଟିଲାଗଡରୁ ହରିଶଙ୍କର ମୁଖ୍ୟମନ୍ତ୍ରୀ ସେବା ବସ ଚଳାଇବାକୁ ଦାବି
ବଲାଙ୍ଗିର, ୧୬ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଐତିହ୍ୟ ପୀଠ ହରି ଓ ଶଙ୍କର ମିଳନ ସ୍ଥଳି ଗନ୍ଧମାର୍ଦ୍ଦନ ପାଦ ଦେଶରେ ବୈଶାଖ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଏପ୍ରିଲ ୨୭ରୁ ମଇ ୧ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବୈଶାଖ ମେଳା ଅନୁଷ୍ଠିତ ହେବ । ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିବ
ବୈଶାଖ ମେଳା ଅବସରରେ ୧୫ ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲପାଳଙ୍କୁ ଦାବି ଟିଟିଲାଗଡ ରୁ ହରିଶଙ୍କର ମୁଖ୍ୟମନ୍ତ୍ରୀ ସେବା ବସ ଚଳାଇବା ଦାବି


ବଲାଙ୍ଗିର, ୧୬ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଐତିହ୍ୟ ପୀଠ ହରି ଓ ଶଙ୍କର ମିଳନ ସ୍ଥଳି ଗନ୍ଧମାର୍ଦ୍ଦନ ପାଦ ଦେଶରେ ବୈଶାଖ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଏପ୍ରିଲ ୨୭ରୁ ମଇ ୧ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବୈଶାଖ ମେଳା ଅନୁଷ୍ଠିତ ହେବ । ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିବ । ଏହି ଉଦ୍ଦେଶ୍ୟରେ ଯାତ୍ରୀଙ୍କ ସୁବିଧା ପାଇଁ ବସ ସେବା ପାଇଁ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦାବି ପତ୍ରରେ ବୈଶାଖ ମେଳାରେ ସ୍ୱତନ୍ତ୍ର ଅର୍ଥ ପ୍ରଦାନ, ପ୍ରଚାର ପ୍ରସାର, ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାରଙ୍କ ସଂଗ୍ରାହଳୟ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ୧୪ ଗୋଟି ବ୍ଲକରେ ୫ ଦିନ ପାଇଁ ରାଜ୍ୟ ପରିବହନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ବସ ଚଳାଇବା ପାଇଁ ଦାବି ଏବଂ ବଲାଙ୍ଗିର ସହରରୁ ହରିଶଙ୍କରକୁ ବସ ଚଳାଚଳ ବନ୍ଦ ହୋଇଯାଇଛି । ଏହା ପୁନଃର୍ବାର ଚଳାଇବା ପାଇଁ ଦାବି, ଭକ୍ତ ଓ ପର୍ଯ୍ୟଟନମାନଙ୍କର ସୁଅ ଛୁଟୁଥିବା ଏହା ପୁନର୍ବାର ବିଚାର କରି ଚଳାଇବା ପାଇଁ ଦାବି, ଟିଟିଲାଗଡରୁ ହରିଶଙ୍କର ମୁଖ୍ୟମନ୍ତ୍ରୀ ସେବା ବସ ଛାତ୍ର ଛାତ୍ରୀ ଓ ମହିଳାମାନଙ୍କ ପାଇଁ ପୁନଃର୍ବାର ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ବୈଶାଳ ମେଳା ପୂର୍ବରୁ ଚଳାଇବା ପାଇଁ ଦାବି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି ଯେ, ଆଗାମୀ ୧୮ ତାରିଖ ଦିନ ରାଜ୍ୟ ପରିବହନ ଜିଲ୍ଲା ପ୍ରଶାସନ ଓ ଘରୋଇ ମାଲିକ ସଂଘ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।

ଏହି ଦାବିପତ୍ର ପ୍ରଦାନ ସମୟରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ଵରେ ଶମ୍ଭୁ ପ୍ରସାଦ ଶତପଥି, ରିଣ୍ଟୁ ସାହୁ, ସଂପାଦକ ପ୍ରଶାନ୍ତ ମହାକୁର ଓ ଅଶୋକ କୁମାର ମେହେର ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande