ବିଜୁଙ୍କ ଶ୍ରାଦ୍ଧ ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବ ନାଗରିକ ମଂଚ
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଆସନ୍ତାକାଲି (ଶୁକ୍ରବାର) ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ସଡ଼ିଶା ନାଗରିକ ମଂଚ। ଏହାର ପ୍ରସ୍ତୃତି ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ରାଜନେତା ଅମର ଶତପଥୀ କହିଛନ୍ତି ଯେ ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଓଡିଶ
Amar Satpathy


ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଆସନ୍ତାକାଲି (ଶୁକ୍ରବାର) ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ସଡ଼ିଶା ନାଗରିକ ମଂଚ। ଏହାର ପ୍ରସ୍ତୃତି ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ରାଜନେତା ଅମର ଶତପଥୀ କହିଛନ୍ତି ଯେ ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଓଡିଶା ନାଗରିକ ମଂଚ ତରଫରୁ ଓୟୁଏଟି ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ପୂର୍ବରୁ ଆଜି (ଗୁରୁବାର)ଓଡିଶା ନାଗରିକ ମଂଚର ତିନି ଜଣ ଆବହକ ସମେତ ଅନ୍ୟ ବରିଷ୍ଠ ରାଜନେତା ସଭାସ୍ଥଳ ପରିଦର୍ଶନ କରିଛନ୍ତି। କିଏ କୁଆଡେ ଯାଉ ନାହାଁନ୍ତି। ବିଜୁବାବୁଙ୍କ ଅଗଣିତ ପ୍ରଶଂସକ, ତାଙ୍କ ଅନୁଗତ ଶ୍ରାଦ୍ଧ ଦିବସରେ ସାମିଲ ହେବେ। ଏହା ଏକ ସାଧାରଣ କାର୍ଯ୍ୟକ୍ରମ। କିନ୍ତୁ ମର୍ଯ୍ୟାଦାର ସହ ପାଳନ ହେବ। ୧୦ ଟା ୩୦ ରେ ଆରମ୍ଭ ହେବ। ସମାଜର ବିଭିନ୍ନ ବର୍ଗର ଲୋକ ଆସିବେ। ଏହା ରାଜନୈତିକ ସଭା ନୁହେଁ। ଓଡିଶା ନାଗରିକ ମଂଚର ସଭା। ନେତା, ମନ୍ତ୍ରୀ, ସାମ୍ବାଦିକ, ଶ୍ରମିକ ନେତା ଭଳି ସବୁ ବର୍ଗର ଲୋକଙ୍କୁ ଡକାଯାଇଛି। ଆମର ମୁଣ୍ଡ ଗଣତି କରି କାର୍ଯ୍ୟକ୍ରମ ହେଉନି। ବିଜୁବାବୁଙ୍କ ଓଡ଼ିଶାର ଅସ୍ମିତା, ବିକାଶରେ ଅବଦାନ ଥିଲା। ବିଜୁବାବୁଙ୍କ ବିଚାର ଧାରାରେ ଯିଏ ବିଶ୍ୱାସ କରନ୍ତି ସେମାନଙ୍କୁ ଡକାଯାଇଛି। ସଫଳ ଗଣତନ୍ତ୍ର ବ୍ୟବସ୍ଥା ପାଇଁ ସଶକ୍ତ ଜନମତ ସୃଷ୍ଟି ହେବା ଆବଶ୍ୟକ। ନାଗରିକମାନେ କ୍ରିୟାଶୀଳ ହେଲେ ଗଣତନ୍ତ୍ର ସଶକ୍ତ ହେବ। ଏହି ଉଦେଶ୍ୟ ନେଇ ଓଡିଶା ନାଗରିକ ମଞ୍ଚ ଗଠିତ। ନାଗରିକଙ୍କୁ ସଚେତନ କରିବା ସହ ଓଡ଼ିଶାର ବିକାଶ କରିବା ଏହାର ଲକ୍ଷ୍ୟ।

..................

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande