ରାଇରଙ୍ଗପୁର ଓ ଆଖପାଖ ଅଂଚଳରେ ଏମ୍ସ ସହଯୋଗରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ରାଇରଙ୍ଗପୁର, ମୟୂରଭଞ୍ଜ ଆଖପାଖ ଅଂଚଳର ଲୋକମାନଙ୍କୁ ଏମ୍ସ ଭୁବନେଶ୍ୱର ସହାୟତରେ ବିଭିନ୍ନ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥି ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ଆଜି ରାଜ୍ୟ ଲୋକସେବା
ରାଇରଙ୍ଗପୁର ଓ ଆଖପାଖ ଅଂଚଳରେ ଏମ୍ସ ସହଯୋଗରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା


ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ରାଇରଙ୍ଗପୁର, ମୟୂରଭଞ୍ଜ ଆଖପାଖ ଅଂଚଳର ଲୋକମାନଙ୍କୁ ଏମ୍ସ ଭୁବନେଶ୍ୱର ସହାୟତରେ ବିଭିନ୍ନ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥି ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ଆଜି ରାଜ୍ୟ ଲୋକସେବା ଭବନ ସଭା ଗୃହରେ ଭୁବନେଶ୍ୱର ଏମ୍ସ ଏବଂ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାରେ ଆଜି ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଫଳରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସ ଭୁବନେଶ୍ୱରଙ୍କ ସହଯୋଗିତାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ । ରାଇରଙ୍ଗପୁର ଅଞ୍ଚଳ ସହିତ କେନ୍ଦୁଝର, ମୟରଭଞ୍ଜ ଓ ଆଖପାଖ ଜିଲ୍ଲାର ଅଧିବାସୀ ମାନେ ଉପକୃତ ହେବେ। ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୦ ଶଯ୍ୟା ୍ୱିଶିଷ୍ଟ ନୂତନ ହସ୍ପିଟାଲ୍ ନିର୍ମାଣ ରେ ଏମ୍ସ ଭୁବନେଶ୍ୱର ସହାୟତା ଯୋଗାଇବ।

ଏହା ସହ ରୋଗୀଙ୍କର ଚାହିଦା ଅନୁଯାୟୀ ବିଭିନ୍ନ ସ୍ପେଶିଆଲିଷ୍ଟ ବିଭାଗର ବହିଃ-ରୋଗ ଚିକିତ୍ସା ସେବା,ମାସିକ/ଦ୍ୱିମାସିକ ଭିତିରେ ମେଡିକାଲ କ୍ୟାମ୍ପ ,ଦନ୍ତ ଚିକିତ୍ସା ଶିବିର, ଚକ୍ଷୁ ଚିକିତ୍ସା, ସଂକ୍ରାମକ ରୋଗ ସେବା ଶିବିର ଆଦିର ଆୟୋଜନ କରାଯିବ । ଟେଲି ଯୋଗାଯୋଗ ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ଏବଂ ଜରୁରୀ ସ୍ଥିତିରେ ଭୁବନେଶ୍ୱର ଏମ୍ସକୁ ରୋଗୀଙ୍କ ସ୍ଥାନାନ୍ତର ସୁଗମ ଓ ସହଯୋଗ କରିବା ଆଦି ଏହି ବୁଝାମଣା ପତ୍ରର ମୁଖ୍ୟ ଅଂଶ ।

ଏହି ବୁଝାମଣା ପତ୍ର ମାଧ୍ୟମରେ ସଂପୃକ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ରେ ବଡ଼ଧରଣର ରୂପାନ୍ତରଣ ହେବ । ଏମ୍ସ ତରଫରୁ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏବଂ ଓଡିଶା ସରକାର ଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ ପ୍ରଦୀପ ଗୁରୁ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଏସ୍. ଅଶ୍ୱଥିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକମାନେ ବୁଝାମଣା ପତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପ ଶାସନ ସଚିବ ଅରୁଣା ତ୍ରିପାଠୀ ସଭା ଆୟୋଜନର ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande