
ଭୁବନେଶ୍ୱର, 16 ଏପ୍ରିଲ (ହି.ସ.) ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଞ୍ଚଳରେ 2027 ଜନଗଣନା ର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆଜିଠାରୁ ଘରକୁ ଘର ବୁଲି ଗୃହ ଗଣନା କାର୍ଯ୍ୟ କରାଯାଉଛି । ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି । 35 ନମ୍ବର ଓ୍ୱାର୍ଡର ଭଗବତୀ ବସ୍ତିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ କର୍ପୋରେଟର, ବିଏମ୍ ସିର ଜନଗଣନା ଅଧିକାରୀ, ତାଲିମ ପ୍ରାପ୍ତ କର୍ମଚାରୀ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ