ଭିନ୍ନକ୍ଷମତା ଅଧ୍ୟୟନକୁ ନେଇ ଇଂଟନସିପ୍ ପାଠ୍ୟକ୍ରମ
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ନୂତନ ଜାତୀୟ ଶିକ୍ଷାନୀତି- ୨୦୨୦ ମୁତାବକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଅଧ୍ୟୟନ କରୁଥିବା ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ବାହ୍ୟିକ ଅଧ୍ୟୟନ ନିମନ୍ତେ ଇଣ୍ଟରନ୍ସିପ୍ କାର୍ଯ୍ୟକ୍ରମର ପ୍ରାବଧାନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘବର୍ଷ ଧରି ଭିନ୍ନକ୍ଷମ
ଭିନ୍ନକ୍ଷମତା ଅଧ୍ୟୟନକୁ ନେଇ ଇଂଟନସିପ୍ ପାଠ୍ୟକ୍ରମ


କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ନୂତନ ଜାତୀୟ ଶିକ୍ଷାନୀତି- ୨୦୨୦ ମୁତାବକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଅଧ୍ୟୟନ କରୁଥିବା ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ବାହ୍ୟିକ ଅଧ୍ୟୟନ ନିମନ୍ତେ ଇଣ୍ଟରନ୍ସିପ୍ କାର୍ଯ୍ୟକ୍ରମର ପ୍ରାବଧାନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘବର୍ଷ ଧରି ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ପୁନର୍ବାସ ଅନୁଷ୍ଠାନରେ ଚଳିତବର୍ଷ ମହାବିଦ୍ୟାଳୟର ବିଭିନ୍ନ ବିଭାଗୀୟ ଛାତ୍ରଛାତ୍ରୀମାନେ ଇଣ୍ଟରନ୍ସିପ୍ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ପୁନର୍ବାସ ପକ୍ଷରୁ 'ଭିନ୍ନକ୍ଷମତା ଅଧ୍ୟୟନ' ସମ୍ପର୍କ୍ରିତ ଏକ ସଚେତନତାମୂଳକ ତଥ୍ୟ ଓ ପ୍ରାୟୋଗିକ ଦିଗକୁ ନେଇ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଭିନ୍ନକ୍ଷମତା ସମ୍ପର୍କିତ ବିବିଧ ସଚେତନତାଧର୍ମୀ, ପ୍ରକାରଗତ ତଥା ସାମାଜିକ ଆଇନଗତ ଦିଗ ବିଷୟରେ ଜାଣିବା ସହିତ ଏହାର ବିବିଧ ଥେରାପି ଚିକିତ୍ସା ଓ ହସ୍ତକ୍ଷେପ ସମ୍ପର୍କରେ ସମ୍ୟକ ଅବବୋଧ ଅର୍ଜନ କରିପାରିବେ। ଯାହା ସେମାନଙ୍କୁ ବାହ୍ୟିକ ଜ୍ଞାନ ସହ ପରୋକ୍ଷରେ ଏକ ସମ୍ମିଳିତ ସମାଜ ସୃଷ୍ଟି କରିବାରେ ସହାୟକ ହୋଇ ପାରିବ ବୋଲି ପୁନର୍ବାସର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଇଂଟରନ୍ସିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ମାଧପୁରସ୍ଥିତ ପୁନର୍ବାସ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରାରମ୍ଭିକ ଉତ୍ସବରେ ବିଭାଗୀୟ ମୁଖ୍ୟ ଡ଼ଃ ଦେବକାନ୍ତ ଷଢଙ୍ଗୀ ଏବଂ ଚତୁର୍ଥ ସେମିଷ୍ଟାରର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଇଂଟନସିପ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ସଂଜୀବ ଜେନା ଓ ସଭ୍ୟ ବଂଶୀଧର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ବୈଷୟିକ ଅଧିକାରୀ କେଦାରନାଥ ବାରିକ ଓ ସହାୟିକା ଅମିଷା ବାରିକ ପରିଚାଳନାରେ ସହାୟତା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande