ଜୟପୁର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ : କଠିନ ପରିଶ୍ରମ ସହ ସମୟର ସଦୁପଯୋଗ ସଫଳତା ଆଣିଥାଏ- ଏବିଇଓ
ଭୁବନ, ୧୬ ଅପ୍ରେଲ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ଜୟପୁର ସରକାରୀ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚତୁର୍ମୟୀ ମାଝୀଙ୍କ ସଭାପତିତ୍ବ ଓ ଗଡନୃସିଂହ ପ୍ରସାଦ ସିଆରସିସି ବିକ୍ରମ ବେହେରାଙ୍କ ପରିଚାଳନାରେ ଅନୁଷ୍ଠ
ଜୟପୁର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ-୨


ଜୟପୁର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ


ଭୁବନ, ୧୬ ଅପ୍ରେଲ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ଜୟପୁର ସରକାରୀ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚତୁର୍ମୟୀ ମାଝୀଙ୍କ ସଭାପତିତ୍ବ ଓ ଗଡନୃସିଂହ ପ୍ରସାଦ ସିଆରସିସି ବିକ୍ରମ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀମତୀ ସୁମତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହିତ ସମୟର ସଦୁପଯୋଗ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଏବିଇଓ ଦୁଷ୍ମନ୍ତ କୁମାର ମିଶ୍ର ଯୋଗଦେଇ ବିଦ୍ୟାଳୟ ପରିଚାଳନା କମିଟିର ଟିମ୍ ସ୍ପିରିଟ କୁ ଉଚ୍ଚ ପ୍ରଶଂସା କରିଥିଲେ। ଅଭିଭାବକ, ପରିଚାଳନା କମିଟି ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସମନ୍ଵୟ ରହିଲେ ବିଦ୍ୟାଳୟର ଉନ୍ନତି ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଆରସିସି ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ମାଝୀ ଯୋଗଦେଇଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସତ୍ୟାନନ୍ଦ ସାହୁଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସାଇପ୍ରିୟା ପଣ୍ଡା,ଶୁଭଲକ୍ଷ୍ମୀ ମାଝୀ, ସସ୍ମିତା ବାଗ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande