୨୪ ବର୍ଷ ଧରି ବିଜୁ ଶ୍ରାଦ୍ଧ ଦିବସ ପାଳନ କରୁନଥିଲେ - ଅରୁଣ ସାହୁ
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଓଡ଼ିଶା ନାଗରିକ ମଂଚ ପକ୍ଷରୁ ଆସନ୍ତାକାଲି ବିଜୁ ଶ୍ରାଦ୍ଧ ଦିବସ ପାଳନ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଯେଉଁ ମାନେ ୨୪ ବର୍ଷ ଧରି ବିଜୁ ଶ୍ରାଦ୍ଧ ଦିବସ ପାଳନ କରୁନଥିଲେ ଏବେ କାହିଁକି ଏତେ ତତ୍ପରତା ଦେଖାଉଛନ୍ତି ? ପୂର୍ବରୁ ଅନେକ ପଂଚାୟତ ଓ ପୌର ନ
Arun Sahu


ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଓଡ଼ିଶା ନାଗରିକ ମଂଚ ପକ୍ଷରୁ ଆସନ୍ତାକାଲି ବିଜୁ ଶ୍ରାଦ୍ଧ ଦିବସ ପାଳନ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଯେଉଁ ମାନେ ୨୪ ବର୍ଷ ଧରି ବିଜୁ ଶ୍ରାଦ୍ଧ ଦିବସ ପାଳନ କରୁନଥିଲେ ଏବେ କାହିଁକି ଏତେ ତତ୍ପରତା ଦେଖାଉଛନ୍ତି ? ପୂର୍ବରୁ ଅନେକ ପଂଚାୟତ ଓ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନ ସରିଲାଣି । ସେତେବେଳେ କେତେଥର ବିଜୁ ଲିଗାସି କଥା କହି ନିର୍ବାଚନ ଲଢ଼ିଛନ୍ତି ? ପୂର୍ବରୁ ବିଜୁ ଜୟନ୍ତୀ ପାଳନ କରୁନଥିଲେ କାହିଁକି? ରାଜ୍ୟସଭା ନିର୍ବାଚନ ପରେ ହଠାତ କାହିଁକି ମନେ ପଡ଼ିଲା ବିଜୁ ଲିଗାସି କଥା। ବିଜୁ ଶ୍ରାଦ୍ଧ ଦିବସ ପରେ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande