ରାଜନୈତିକ କାର୍ଯ୍ୟକ୍ରମ କିଛି ନାହିଁ , ଭୁଲ ପ୍ରଚାର କରା ନଯାଉ - ବିଜୟ ମହାପାତ୍ର
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଆସନ୍ତାକାଲି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ଓଡ଼ିଶା ନାଗରିକ ମଂଚ। ଏସମ୍ପର୍କରେ ସୂଚନା ଦେଇ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଆସନ୍ତାକାଲି ଯେଉଁମାନେ ଏକାଠି ହେବେ ଏକ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକାଠି ହେବେ । କାଲିର ରାଜନୈତିକ କାର୍ଯ୍ୟକ୍ର
Bijay mohapatra


ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ଆସନ୍ତାକାଲି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ଓଡ଼ିଶା ନାଗରିକ ମଂଚ। ଏସମ୍ପର୍କରେ ସୂଚନା ଦେଇ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଆସନ୍ତାକାଲି ଯେଉଁମାନେ ଏକାଠି ହେବେ ଏକ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକାଠି ହେବେ । କାଲିର ରାଜନୈତିକ କାର୍ଯ୍ୟକ୍ରମ କିଛି ନାହିଁ । ଭୁଲ ପ୍ରଚାର କରା ନଯାଉ । ସମସ୍ତେ ବିଜୁ ବାବୁଙ୍କ ପାଇଁ ଏକାଠି ହେବେ ଏଥିରେ ରାଜନୈତିକ ବାର୍ତା କିଛି ନାହିଁ । ଯିଏ ଯାହା ଚାହିଁବେ କହି ପାରିବେ, ସେଥିରେ ଆମର କିଛି ଯାଏ ଆସେ ନାହିଁ ।

ଆସନ୍ତାକାଲି ବିଜୁ ବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେଉଛି। ସବୁ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଛି । ସବୁ ଦଳର ସବୁ ବର୍ଗ ଏବଂ ସବୁ ଶ୍ରେଣୀର ଲୋକଙ୍କୁ ଡକା ଯାଇଛି । ନବୀନ ବାବୁଙ୍କୁ ଡକା ଯାଇଛି କି ନାହିଁ ମୁଁ ଜାଣି ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ସେହିପରି ପୂର୍ବରୁ ୨୬ ନିର୍ଣ୍ଣାୟକ ହେବ ବୋଲି ଦେଇଥିବା ମନ୍ତବ୍ୟ ସମ୍ପର୍କିତ ପ୍ରଶ୍ନରେ ବିଜୟ ମହାପାତ୍ର କହିଛନ୍ତି ଗୋଟିଏ ପରେ ଗୋଟିଏ ହେଉଛି । ଆଗକୁ କଣ ହେବ କିଏ କଣ କହିପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande