
ଜୟପୁର, ୧୬ ଏପ୍ରିଲ୍ (ହି.ସ.) - ମୋଡେର୍ଣ ଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ଯାହାର ଫଳାଫଳ ୧୫ ଏପ୍ରିଲ ଦିନ ଘୋଷଣା କରାଯାଇଥିଲା । ଏକାଡେମିକ୍ ଉତ୍କର୍ଷର ପରମ୍ପରାକୁ ବଜାୟ ରଖି ବିଦ୍ୟାଳୟ ୧୦୦ ପ୍ରତିଷଧ ପାସ୍ ଫଳାଫଳ ହାସଲ କଲା । ମିସ ଜୁନେରା ତାବାସୁମ ଶତକଡା ୯୮.୨ ସହିତ ବିଦ୍ୟାଳୟର ଶୀର୍ଷରେ ରହିଲେ । ପ୍ରିତମ ପାଢ଼ୀ ୯୭% ଦ୍ୱିତୀୟ ସ୍ଥାନ ଓ ସଞ୍ଚିତା ହୋତା ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ୧୯୨ ଜଣ ଛାତ୍ରଙ୍କ ମଧ୍ୟରୁ ୨୩ଜଣ ଛାତ୍ର ୯୦% ସହିତ ପାସ୍ କରିଛନ୍ତି, ଏହି ସଫଳତା ଶିକ୍ଷକମାନଙ୍କର ନିରନ୍ତର ଉତ୍ସର୍ଗୀକୃତତା ଏବଂ ଛାତ୍ରମାନଙ୍କ କଠିନ ପରିଶ୍ରମର ଫଳାଫଳ ବୋଲି ନିର୍ଦ୍ଦେଶକ କୁମୁଦା ମାଳା ମହାନ୍ତି କହିଛନ୍ତି ଅଧକ୍ଷ ଏବଂ ଉପାଧ୍ୟକ୍ଷ ସମସ୍ତ ଅଭିଭାବକ ଏବଂ ଛାତ୍ରମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି ୯୦% ଉପରେ = ୨୩ଛାତ୍ର ୮୦% ଉପରେ = ୨୨ ଛାତ୍ର ୭୦% ଉପରେ = ୨୩ ଛାତ୍ର ୬୦% = ୨୯ ଛାତ୍ର ୫୦% ଉପରେ = ୪୩ ଛାତ୍ର ଏବଂ ୪୦% ଉପରେ = ୫୨ ଛାତ୍ର ପାସ୍ କରିଛନ୍ତି,
ବିଦ୍ୟାଳୟର ସଭାପତି, ସମ୍ପାଦକ, ନିର୍ଦ୍ଧେଶିକା, ଅଧକ୍ଷ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ମନେ ପିଲାଙ୍କ ଉଜ୍ଜଳ ଭବିଷ୍ୟ ପାଇଁ କାମନା କରିଛନ୍ତି। ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି