ସିଏମ୍ ଟ୍ରଫି-୨୦୨୬ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ବାଳିକା ବର୍ଗରେ ପାଟଣାଗଡ଼ ଚାମ୍ପିୟନ ଓ ବାଳକ ବର୍ଗରେ ବଙ୍ଗୋମୁଣ୍ଡା ଚାମ୍ପିୟନ
ବଲାଙ୍ଗୀର, ୧୬ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା କବାଡ଼ି ଚାମ୍ପିୟନସିପ୍-୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି। ବାଳିକା ବର୍ଗରେ ସଇଁନ୍ତଲାକୁ ହରାଇ ପାଟଣାଗଡ଼ ଚାମ୍ପିୟନ ହୋଇଛି। ସେହିପରି ବାଳକ ବର୍ଗରେ ତୁରେକେଲାକୁ
ସିଏମ୍ ଟ୍ରଫି-୨୦୨୬ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ବାଳିକା ବର୍ଗରେ ପାଟଣାଗଡ଼ ଚାମ୍ପିୟନ ଓ ବାଳକ ବର୍ଗରେ ବଙ୍ଗୋମୁଣ୍ଡା ଚାମ୍ପିୟନ


ସିଏମ୍ ଟ୍ରଫି-୨୦୨୬ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ବାଳିକା ବର୍ଗରେ ପାଟଣାଗଡ଼ ଚାମ୍ପିୟନ ଓ ବାଳକ ବର୍ଗରେ ବଙ୍ଗୋମୁଣ୍ଡା ଚାମ୍ପିୟନ


ବଲାଙ୍ଗୀର, ୧୬ ଏପ୍ରିଲ୍(ହି.ସ.) – ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା କବାଡ଼ି ଚାମ୍ପିୟନସିପ୍-୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି। ବାଳିକା ବର୍ଗରେ ସଇଁନ୍ତଲାକୁ ହରାଇ ପାଟଣାଗଡ଼ ଚାମ୍ପିୟନ ହୋଇଛି। ସେହିପରି ବାଳକ ବର୍ଗରେ ତୁରେକେଲାକୁ ହରାଇ ବଙ୍ଗୋମୁଣ୍ଡା ଚାମ୍ପିୟନ ହୋଇଛି। କ୍ରୀଡ଼ା ସଂସଦର ସଭାପତି ଡା. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥିô ଭାବେ ଉଭୟ ବାଳକ ଓ ବାଳିକା ବର୍ଗକୁ ଯୋଗଦେଇ ବିଜେତା ଓ ଉପ-ବିଜେତାମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ। କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ସହ-ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ରବିନ୍ଦ୍ର କୁମାର ମିଶ୍ର, ଗୌରଚନ୍ଦ୍ର ପଧାନ, ଅନୁପ କୁମାର ସାହୁ, ଜୟରାମ ମିଶ୍ର, ଡା. ଶୁଭମ ମିଶ୍ର ଓ ସୁନିଲ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ। ଖେଳକୁ ବୁଦ୍ଧିରାଜ ବିଶ୍ୱାଳ, ସୁଦର୍ଶନ ସେଠ, ଜନାର୍ଦ୍ଦନ ସାହୁ, ମାଧୁରୀ ପଣ୍ଡା, ଆଶିଷଦେବ ସା ଓ ଯଶୋବନ୍ତୀ ବେହେରା ପରିଚାଳନା କରିଥିଲେ। ପରିଶେଷରେ କବାଡ଼ି ସଂପାଦକ ବିଭୂତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande