ଧାମନଗରରେ ପୋଲିସର ମଧ୍ୟରାତ୍ରି ଚଢ଼ାଉ, ୧୬ ଗୋରୁ ଉଦ୍ଧାର, ବେଆଇନ କଂସେଇଖାନା ଉପରେ କଡ଼ା ନଜର
ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ସହର ଓ ଏହାର ଆଖପାଖ ଅଂଚଳରେ ଚାଲିଥିବା ବେଆଇନ ଗୋ-ଚାଲାଣ ଏବଂ ଗୋ-ମାଂସ କାରବାର ଉପରେ ପୋଲିସ ଏବେ ଶକ୍ତ ପ୍ରହାର କରିଛି। ଗୁରୁବାର ବିଳମ୍ବିତ ରାତିରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଥାନା ପଛପଟ ହବିବି
DHAMNAGAR - 16 GORU UDHAR


ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ସହର ଓ ଏହାର ଆଖପାଖ ଅଂଚଳରେ ଚାଲିଥିବା ବେଆଇନ ଗୋ-ଚାଲାଣ ଏବଂ ଗୋ-ମାଂସ କାରବାର ଉପରେ ପୋଲିସ ଏବେ ଶକ୍ତ ପ୍ରହାର କରିଛି। ଗୁରୁବାର ବିଳମ୍ବିତ ରାତିରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଥାନା ପଛପଟ ହବିବି ନଗର ଓ କୋରେଶି ମହଲା ଅଂଚଳରେ ଚଢ଼ାଉ କରି ୧୬ ଟି ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଧାମନଗର ଅଂଚଳରୁ ଏକ କାରରେ 'ପ୍ରେସ୍' ଲେଖାଥିବା ଷ୍ଟିକର ଲଗାଇ ପ୍ରାୟ ୫ କୁଇଂଟାଲ ଗୋ-ମାଂସ ଚୋରାରେ ଭଦ୍ରକ କୁ ଚାଲାଣ ହେଉଥିଲା। ଭଦ୍ରକ ପୋଲିସ ଏହାକୁ ଧରିବା ପରେ ଏହି ବେଆଇନ କାରବାରର ଚେର ଧାମନଗର ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ପୋଲିସ ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଥିଲା।ବେଆଇନ ଭାବେ ଗୋରୁ ବାନ୍ଧି ରଖାଯାଇଥିବା ଏବଂ ରାତି ଅଧରେ ସେମାନଙ୍କୁ କଟାଯାଉଥିବା ନେଇ ଗୋଇନ୍ଦା ସୂଚନା ପାଇବା ପରେ, ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ସହ ଏସଆଇ ମହେଶ୍ୱର ପ୍ରଧାନ, ନାରାୟଣ ନାୟକ ଏବଂ ଏପିଆର ଫୋର୍ସ ମିଳିତ ଭାବେ ହବିବି ନଗରରେ ଚଢ଼ାଉ କରିଥିଲେ। ପୋଲିସ ପହଂଚିବା ପରେ ସେଠାରେ ଅସୁରକ୍ଷିତ ଭାବେ ବନ୍ଧା ହୋଇଥିବା ୧୬ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି ।ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ଭାବେ ଗୋ-ମାତାଙ୍କୁ ହତ୍ୟା କରାଯାଇ ମାଂସ କାରବାର ହେଉଥିବା ପୋଲିସ ପାଖରେ ପର୍ଯ୍ୟାପ୍ତ ସୂଚନା ରହିଛି। ଏହି କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ଆଗକୁ ଏହି ଅଭିଯାନ ଆହୁରି ଜୋରଦାର ହେବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande