ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଚୋରା ବାଲି ଉପରେ ଗୁରୁତ୍ୱ
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କ
ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଚୋରା ବାଲି ଉପରେ ଗୁରୁତ୍ୱ


କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ରାଜସ୍ୱ ଅଧିକାରୀ ଚିନ୍ମୟୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ତହସିଲରେ ପଡ଼ିରହିଥିବା ରାଜସ୍ୱ ମାମଲାଗୁଡ଼ିକୁ ଶୀଘ୍ର ଫଇସଲା କରିବା, ରାଜସ୍ୱ ଆଦାୟ କ୍ଷେତ୍ରରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ତହସିଲରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ତହସିଲଦାରଙ୍କ କାର୍ଯ୍ୟାଳୟର ମରାମତି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ବାଲି ଖାଦାନରୁ ଚୋରା ବାଲି ଚାଲାଣ କରୁଥିବା ବ୍ୟକ୍ତି ଓ ଗାଡ଼ିଗୁଡ଼ିକୁ ଜବତ କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍ଜାରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡ଼ିକୁ ଉଦ୍ଧାର କରି ତାରବାଡ଼ ଦେଇ ସୁରକ୍ଷିତ ରଖିବା, ଜିଲ୍ଲାର ବିଭିନ୍ନ ସରକାରୀ ରାସ୍ତା ଉପରେ ମାଡ଼ି କରିଥିବା ଘରଗୁଡ଼ିକୁ ଭାଙ୍ଗିବା ଉପରେ ଆଲୋଚନା କରାଯାଇଥିଲା। ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande