
କେନ୍ଦ୍ରାପଡା, ୧୬ ଏପ୍ରିଲ୍ (ହି.ସ.)- ଗୋ ମାତାଙ୍କୁ ରାଷ୍ଟ୍ର ମାତା ସମ୍ମାନ ପ୍ରଦାନ କରିବା, ଗୋସେବା କେନ୍ଦ୍ରୀୟ ନିୟମ ପ୍ରଣୟନ କରିବା, ଭାରତବର୍ଷ ରେ ସଂପୂର୍ଣ୍ଣ ଗୋ ହତ୍ୟା ନିଷେଧ କରିବା ଦାବି ନେଇ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଚଳିତ ମାସ ୨୭ ତାରିଖ ଓ ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ । ନିଜ ନିଜ ଅଂଚଳର, ତହସିଲ, ବ୍ଲକ ଓ ଜିଲ୍ଲପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ଆହ୍ୱାନ ଦିଆଯାଇଛି ।
ଏନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସମାଜସେବୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଗୋ ସମ୍ମାନ ପ୍ରଚାରକ ଭୂପେଶ ଜୀ, ପରିବେଶ ବିତ୍ ବିରଜା ପତି, ବିନୋଦ ବିହାରୀ ଦାସ, ଶଶାଙ୍କ ଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ । ସୁରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି