
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅଷ୍ଟମ ପୋଷଣ ପକ୍ଷ ପାଳନ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ଏହି ଶୋଭାଯାତ୍ରାଟି ସହର ପରିକ୍ରମା କରି ଶିଶୁଙ୍କ ବିକାଶ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। ପରେ ଏହି ଅବସରରେ ଜିଲ୍ଲା ମିଶନ୍ ଶକ୍ତି ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୀ ଜେନାଙ୍କ ସହିତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୈାରାଙ୍ଗ ଚରଣ ଗିରି, ଜିଲ୍ଲାର ସମସ୍ତ ସିଡିପିଓ, ସମସ୍ତ ସୁପରଭାଇଜର, ଅଙ୍ଗନୱାଡୀ କର୍ମୀ, ଡବ୍ଲ୍ୟୁଏସ୍ଜି ସଦସ୍ୟ, ସମସ୍ତ ବ୍ଲକର ପୋଷଣ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମା ଓ ଶିଶୁର ପୋଷଣ, ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ପ୍ରାରମ୍ଭିକ ବୟସରେ ଖେଳ ଆଧାରିତ ଶିକ୍ଷା, ଶିଶୁଙ୍କ ସ୍କ୍ରିନ୍ ଟାଇମ୍ କମ୍ କରିବାରେ ମାତା ପିତା ଓ ଗୋଷ୍ଠୀ ସମୁଦାୟଙ୍କ ଭୂମିକା, ଅଙ୍ଗନୱାଡୀ କେନ୍ଦ୍ରର ସଶକ୍ତିକରଣ ନିମନ୍ତେ ସାମୁହିକ ସମର୍ଥନ ବିଶେଷ କରି ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦେଇ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ପିଓ ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଡିସି ପୋଷଣ ସଂଜୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି