ମାଲକାନଗିରି ଏମଭି ୨୬ରେ ଅଗ୍ନିକାଣ୍ଡ କ୍ଷତିପୂରଣକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ମାଲକାନଗିରି, ୧୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମ ଭି–୨୬ ଅଞ୍ଚଳରେ ଗତ ଡିସେମ୍ବର ୭ ଓ ୮ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର କ୍ଷତିପୂରଣ ବଣ୍ଟନକୁ ନେଇ ପୁଣିଥରେ ଅସନ୍ତୋଷ ଜାହିର ହୋଇଛି। ଏହାକୁ ନେଇ ପ୍ରଭାବିତ ପରିବାରମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେ
ମାଲକାନଗିରି ଏମ୍ ଭି ୨୬ରେ ଅଗ୍ନିକାଣ୍ଡ କ୍ଷତିପୂରଣକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ


ମାଲକାନଗିରି, ୧୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମ ଭି–୨୬ ଅଞ୍ଚଳରେ ଗତ ଡିସେମ୍ବର ୭ ଓ ୮ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର କ୍ଷତିପୂରଣ ବଣ୍ଟନକୁ ନେଇ ପୁଣିଥରେ ଅସନ୍ତୋଷ ଜାହିର ହୋଇଛି। ଏହାକୁ ନେଇ ପ୍ରଭାବିତ ପରିବାରମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଜୋରଦାର ପ୍ରତିବାଦ କରିଛନ୍ତି।

ପ୍ରତିବାଦକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକ ପ୍ରକୃତ କ୍ଷତିଗ୍ରସ୍ତ ପରିବାରଙ୍କ ନାମ ସରକାରୀ ତାଲିକାରେ ନାହିଁ। ଏହାସହ କେତେକ ଲୋକଙ୍କ ପାଇଁ ଆସିଥିବା ସହାୟତା ଅର୍ଥ ଭୁଲ୍ ଆକାଉଣ୍ଟକୁ ପ୍ରେରଣ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।

ସେମାନେ ଆହୁରି କହିଛନ୍ତି ଯେ, ପ୍ରକୃତ ହିତାଧିକାରୀମାନେ ଅତ୍ୟନ୍ତ କମ୍ ସହାୟତା ପାଇଥିବା ବେଳେ, ଗ୍ରାମ ବାହାରେ ରହୁଥିବା କେତେକ ଲୋକ ବେଶି ପରିମାଣର ଅର୍ଥ ପାଇଛନ୍ତି। ସର୍ଭେ ସମୟରେ ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ଭୁଲ୍ ତଥ୍ୟ ଦାଖଲ ହେବା ଫଳରେ ଏପରି ଅନିୟମିତତା ଘଟିଥିବା ଅଭିଯୋଗ କରାଯାଇଛି। ଏହି ପରିସ୍ଥିତିରେ ପ୍ରଭାବିତ ଲୋକମାନେ ପୁଣିଥରେ ସଠିକ୍ ସର୍ଭେ କରାଯାଇ ସମସ୍ତ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହି ଘଟଣା ଜିଲ୍ଲା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିବା ବେଳେ, ଶୀଘ୍ର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande