ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପଦଯାତ୍ରା
ଖୋର୍ଦ୍ଧା, ୧୬ ଏପ୍ରିଲ୍(ହି.ସ.) – ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟ ଚିଲିକା କୂଳରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ନାରୀ ଶକ୍ତିଙ୍କ ସଂକଳ୍ପ ପଦଯାତ୍ରା ରାଲି ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ
Rally


ଖୋର୍ଦ୍ଧା, ୧୬ ଏପ୍ରିଲ୍(ହି.ସ.) – ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟ ଚିଲିକା କୂଳରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ନାରୀ ଶକ୍ତିଙ୍କ ସଂକଳ୍ପ ପଦଯାତ୍ରା ରାଲି ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଣପୁର, ବିକାଶ କୁମାର ମହାନ୍ତି, ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁନମ ମହାପାତ୍ର ଯୋଗଦେଇ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ନୂତନ ଦିଗ ଦର୍ଶନ ଦେବବୋଲି ମତ ପ୍ରକାଶ କରିଥିଲେ। ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ସିଡିପିଓ ଚିଲିକା ଓ ବାଣପୁର ବ୍ଲକ, ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ବିଶାଳ ମହିଳା ଶୋଭାଯାତ୍ରା ଗାନ୍ଧୀ ଛକ ଠାରେ ପହଂଚିଥିଲା। ମହିଳାମାନେ ହାତରେ ବିଭିନ୍ନ ମହିଳା ଶସକ୍ତି କରଣ ବାର୍ତା ପ୍ଲାଗ କାର୍ଡ ହାତରେ ଧରି ଶୋଭାଯାତ୍ରାରେ ଚିଲିକା କୂଳରୁ ଗାନ୍ଧିଛକ ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ , ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଚିଲିକା ବ୍ଲକ୍ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ଶତପଥୀ, ଡିପିସି, ମିଶନ ଶକ୍ତି,ଉପଖଣ୍ଡ ପୋଲିସ ଅଧିକାରୀ, ବାଲୁଗାଁ, ବାଲୁଗାଁ ଥାନା ଅଧିକାରୀ, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ସମସ୍ତ କାଉଁସିଲର, ବାଲୁଗାଁ ବିଜ୍ଞାପିତ ପରିଷଦ ସମସ୍ତ ମହିଳା କର୍ମଚାରୀ, ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟାପିକା ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande