ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ଭଦ୍ରକ ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଳାସପୂର ଠାରେ ଘୠଓଜର ୨୪୩ ତମ କାର୍ଯ୍ୟକାରୀ କମିଟି ବୈଠକ ଏହି ମାସର ୯ ତାରିଖରୁ ୧୧ ତରିଖ ଯାଏ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବୈଠକରେ ଶ୍ରୀଧର ପୁ
RAILBAI SRAMIKA CONGRESS SAMBARDHANA


ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ଭଦ୍ରକ ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଳାସପୂର ଠାରେ ଘୠଓଜର ୨୪୩ ତମ କାର୍ଯ୍ୟକାରୀ କମିଟି ବୈଠକ ଏହି ମାସର ୯ ତାରିଖରୁ ୧୧ ତରିଖ ଯାଏ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବୈଠକରେ ଶ୍ରୀଧର ପୁହାଣ ନୂଆଦିଲ୍ଲୀ ଘୠଓଜ ର କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଛନ୍ତି। ସେଥି ନିମନ୍ତେ ଶ୍ରମିକ କଂଗ୍ରେସ ଭଦ୍ରକ ଶାଖାର ସମ୍ପାଦକ ଅଶୋକ କୁମାର ମହାନ୍ତି, ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଏବଂ ଘୠଓଜ ସାଧରଣ ସମ୍ପାଦକ ଡ଼ଃ ଆର ରାଘଭୟାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଶ୍ରୀଧର ପୁହାଣଙ୍କୁ ଏହି ନୂତନ ପଦବୀ ମିଳିବା ପରେ ସମଗ୍ର ଭଦ୍ରକ ରେଲୱେ ଷ୍ଟାଫ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande