ସି.ବି.ଏସ.ଇ. ଦଶମ ପରୀକ୍ଷାରେ ଏସ.ବି.ଡ଼ି. ସ୍କୁଲର ସଫଳତା
ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ନିକଟରେ ପ୍ରକାଶିତ ହୋଇଥିବା ସିବିଏସଇ୍ ଦଶମ ପରୀକ୍ଷାରେ ଭଦ୍ରକର ଏସ୍ବିଡ଼ି ଇଂଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ଅର୍ଜନ କରିଛନ୍ତି। ଉକ୍ତ ପରୀକ୍ଷାରେ ସର୍ବାଧିକ ୯୯.୪ % ରଖିଥିବା ଛାତ୍ର ଅଂଶୁମାନ ମୋହନ ନାୟକ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ଯଥାକ୍
SBD SCHOOL SAFALATA IN CBSE EXAM


ଭଦ୍ରକ, ୧୬ ଅପ୍ରେଲ (ହି.ସ.) - ନିକଟରେ ପ୍ରକାଶିତ ହୋଇଥିବା ସିବିଏସଇ୍ ଦଶମ ପରୀକ୍ଷାରେ ଭଦ୍ରକର ଏସ୍ବିଡ଼ି ଇଂଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ଅର୍ଜନ କରିଛନ୍ତି। ଉକ୍ତ ପରୀକ୍ଷାରେ ସର୍ବାଧିକ ୯୯.୪ % ରଖିଥିବା ଛାତ୍ର ଅଂଶୁମାନ ମୋହନ ନାୟକ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ଯଥାକ୍ରମେ ସୌମ୍ୟାସ୍ମୃତି ଦାସ ୯୯.୨%, ଆସ୍ଥା ନାୟକ ଏବଂ ବୀରଭଦ୍ର ବଳ ଉଭୟେ ୯୯% ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ସେହିପରି ଇଂରାଜୀରେ ୯୦ ପ୍ରତିଶତ ଉପରକୁ ୭୦ଜଣ। ତନ୍ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ୯୯ପ୍ରତିଶତ ମାର୍କ ରଖିଛନ୍ତି। ଓଡ଼ିଆରେ ୯୦ ପ୍ରତିଶତ ଉପରକୁ ୪୪ ଜଣ ଏବଂ ୫ ଜଣ ୯୯ ପ୍ରତିଶତ ମାର୍କ ରଖିଛନ୍ତି। ଗଣିତରେ ୯୦ ପ୍ରତିଶତ ଉପରକୁ ୪୪ ଜଣ ଏବଂ ୭ଜଣ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ବିଜ୍ଞାନରେ ୯୦ ପ୍ରତିଶତ ଉପରକୁ ୨୭ ଜଣ ଏବଂ ୨ଜଣ ୯୯ ପ୍ରତିଶତ ମାର୍କ ରଖିଛନ୍ତି। ସାମାଜିକ ବିଜ୍ଞାନରେ ୯୦ ପ୍ରତିଶତ ଉପରକୁ ୬୨ ଜଣ ଏବଂ ୧୦ ଜଣ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। କମ୍ପ୍ୟୁଟରରେ ୯୦ ପ୍ରତିଶତ ଉପରକୁ ୬୦ ଜଣ ଏବଂ ୬ ଜଣ ୧୦୦ ପ୍ରତିଶତ ମାର୍କ ରଖି ବିଦ୍ୟାଳୟକୁ ସଫଳତାର ଶିଖରରେ ପହଂଚାଇଛନ୍ତି। ପିଲାମାନେ ୯୫%ରୁ ଅଧିକ ୩୩ ଜଣ ଏବଂ ୯୦% ଅଧିକ ୫୨ ଜଣ। ଉକ୍ତ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଚେୟାୟମ୍ୟାନ ଦେବାଶିଷ ଦୀକ୍ଷତି ୍ ଏବଂ ମ୍ୟାଡା଼ମ୍ ଆଶାବରୀ କର, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି ଓ ମ୍ୟାଡ଼ାମ୍ ବନ୍ଦିତା ଦୀକ୍ଷିତ, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତପଥି, ଶିକ୍ଷାବିତ୍ ବିପିନ୍ ବିହାରୀ କର, ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ କୃତିତ୍ୱ ଅଜର୍ନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ଭବିଷ୍ୟତର ଉତରୋତର ଉନ୍ନତି କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande