
ମୁଖୀଗୁଡା, ୧୬ ଅପ୍ରେଲ (ହି.ସ.)- ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ଚଂଚରାପଡା ଜୟପାଟଣାର ଛାତ୍ର ସକ୍ଷମ ଯୋଶୀ ୯୭.୮ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲା ଓଏଭି ଟପ୍ପର ହୋଇଛନ୍ତି । ଆଦର୍ଶ ବିଦ୍ୟାଳୟ ଚଂଚରା ପଡା ଜୟପାଟଣାର ୬୫ ଜଣଙ୍କ ମଧ୍ୟରୁ ୬୩ ଜଣ ପାସ କରିଛନ୍ତି। ୬ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି । ୟଥାର୍ଥ ମୁଣ୍ଡ ୯୫.୬ ପ୍ରତିଶତ, ଝାନସୀ ଅଗ୍ରୱାଲ ୯୪.୮ ପ୍ରତିଶତ, ପ୍ରତ୍ୟାଶା ଖମାରି ୯୩.୮ ପ୍ରତିଶତ, କରିଷ୍ମ। ଭାଟି ୯୩.୬ ପ୍ରତିଶତ, ନନ୍ଦିନୀ ଝାଙ୍କର ୯୦.୬ ପ୍ରତିଶତ ମାର୍କ ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ନିହାର