
ନୂଆପଡ଼ା,୧୬ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଶାନ୍ତିନଗର ସ୍ଥିତ ସ୍କୋଲାର ଏକାଡେମୀର ଛାତ୍ରଛାତ୍ରୀ ଚଳିତ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏକାଡ଼େମୀର ଛାତ୍ରୀ ପ୍ରୀୟାଂଶି ସାହୁ ବାଦି ଆଦର୍ଶ ବିଦ୍ୟାଳୟର ଟପର ହୋଇଛନ୍ତି। ସେ ୯୭.୮ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଆଦିତ୍ୟ ନାରାୟଣ ବାରିକ ୯୩.୬ ପ୍ରତିଶତ, ସାଇଶ୍ରୀ ସେଠୀ ୯୧ ପ୍ରତିଶତ, ପ୍ରିୟ ରଞ୍ଜନ ମେହେର ୯୦ ପ୍ରତିଶତ ଓ ଅରୁଣ ସିଂହ ସାମନ୍ତ ୮୦ ପ୍ରତିଶତ ମାର୍କ ରଖି ସ୍କୋଲାର ଏକାଡେମୀ ପାଇଁ ଗୌରବ ଆଣିଛନ୍ତି। ସ୍କୋଲାର ଏକାଡେମୀର ଅଧ୍ୟକ୍ଷ ସମ୍ପଦ କୁମାର ପାଢ଼ୀଙ୍କ ନେତୃତ୍ୱରେ ଏହି ଏକାଡେମୀ ସଫଳତା ଉପରେ ସଫଳତା ହାସଲ କରିଥିବା ସୂଚନା ଦେଇଛନ୍ତି। ବର୍ତମାନ ଏକାଡ଼େମୀରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର?୍ୟ୍ୟନ୍ତ ୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଗତ ୩ ବର୍ଷ ଧରି ଏକାଡ଼େମୀର ଛାତ୍ରଛାତ୍ରୀ ଶତ ପ୍ରତିଶତ ରିଜଲ୍ଟ ରଖି ଏକାଡ଼େମୀ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି ବୋଲି ଏକାଡ଼େମୀର ଅଧ୍ୟକ୍ଷ ସମ୍ପଦ କୁମାର ପାଢ଼ୀ ଆଜି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ