
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ବିଜୁ ଲିଗାସୀ ନେତାଙ୍କ ମିଳନ ନେଇ ବିଜେଡିକୁ କଟାକ୍ଷକରିଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ରଂଜନ ପଟ୍ଟନାୟକ। ସେ କହିଛନ୍ତି କିଛି ହେଇନଥିଲା ବୋଲି କଣ ହେବନି । ବିଜେଡି ବିଜୁ ନାମରେ ୨୪ ବର୍ଷ ବଂଚି ବଂଚି ଆସିଲେ ଅନ୍ୟ କିଏ ବଂଚିଲେ ଅସୁବିଧା କଣ । ଓଡିଶାକୁ ଯିଏ ଭଲ ପାଏ ଯିଏ ଟିକେ ପରିବର୍ତନ ଚାଁହୁଛି ସେ ଆସିବେ । ସଂସ୍କାରର ଆବଶ୍ୟକତା ଅଛି । ନବୀନ ବାବୁଙ୍କୁ ନିମନ୍ତ୍ରଣ ଦିଆଯାଇଛି ଆସିଲେ ଆସିବେ ନହେଲେ ନାହିଁ । ମୁଁ ବିଜୁ ବାବୁଙ୍କ କଟର ବିରୋଧୀ। ମୁଁ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଥିଲି ସେ ଜିତିଲା ପରେ ମତେ ଖାଇବାକୁ ଡାକିଥିଲେ । ଏମିତି କେତେ ଜଣ ବ୍ୟକ୍ତି ଅଛନ୍ତି ଓଡ଼ିଶାରେ ।
ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଠିକ ଚାଲିନି । ତା ଉପରେ ନିୟନ୍ତ୍ରଣ ଆଣିବା ବାଟ ଦେଖାଇବା ପାଇଁ ନାଗରିକ ସମାଜର ଆବଶ୍ୟକ ରହିଛି । ନାଗରିକ ସମାଜକୁ ନୂଆ ଭାବରେ କରିବା ପାଇଁ ମନେ କଲୁ। ସମସ୍ତେ ଚାହିଁଲେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିବା ପାଇଁ । ବିଜୁ ଲିଗାସୀ ଉପରେ ସାଧାରଣ ଲୋକର ଅଧିକାର ଅଛି । ବିଜୁ ବାବୁଙ୍କ ଭଳି ସାହସୀ ଲୋକ ମୁଁ ଦେଖିନି । ଓଡିଶାକୁ ଭଲ ପାଉଥିବା ଲୋକ ଭିତରେ ବିଜୁ ବାବୁ ରହିବେ । ଆମେ ବିଜୁ ବାବୁଙ୍କ ପରି ସାହସୀ ହେବା ଓଡିଶାକୁ ଭଲ ପାଇବା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା