ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମହିଳା ମାନଙ୍କ ଆର୍ଥିକ ବିକାଶ, ସାମାଜିକ ସଶକ୍ତିକରଣ ଓ ମହିଳା ନେତୃତ୍ୱର ବିକାଶ ତଥା ଲକ୍ଷପତି ଦିଦି ଗଠନ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଉଥିବାବେଳେ ଆଜି କେନ୍ଦ୍ରାପଡାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ଶୋଭାଯାତ୍ରା ଅନୁଷ୍
ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା


କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍(ହି.ସ.) – ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମହିଳା ମାନଙ୍କ ଆର୍ଥିକ ବିକାଶ, ସାମାଜିକ ସଶକ୍ତିକରଣ ଓ ମହିଳା ନେତୃତ୍ୱର ବିକାଶ ତଥା ଲକ୍ଷପତି ଦିଦି ଗଠନ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଉଥିବାବେଳେ ଆଜି କେନ୍ଦ୍ରାପଡାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦିଶା କମିଟି ସଦସ୍ୟା ତଥା ବିଜେପିର ବରିଷ୍ଠ ନାରୀନେତ୍ରୀ ଡକ୍ଟର ଜ୍ୟୋସ୍ନାରାଣୀ ଜେନାଙ୍କ ସଂଯୋଜନାରେ ଏକ ବିଶାଳ ମହିଳା ଶୋଭାଯାତ୍ରା ସହରର ନୂଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ତିନିମୁହାଣୀ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଉଦ୍ଯାପିତ ହୋଇଥିଲା। ସହସ୍ରାଧିକ ମହିଳାମାନଙ୍କ ସମାବେଶରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡକ୍ଟର ଐ୍ୟଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଉପସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ରାଜ୍ୟ ମହିଳା କମିଶନର ସଦସ୍ୟା କଳ୍ପନା ମଲ୍ଲିକ ପ୍ରମୁଖ ନାରୀନେତ୍ରୀମାନେ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ସହିତ ସବୁ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରୁଥିବାବେଳେ ପାର୍ଲାମେଣ୍ଟଠାରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ଥିବା ରାଜନୈତିକ ଢାଂଚାରେ ମହିଳାମାନଙ୍କ ଯୋଗଦାନକୁ ଅଗ୍ରାଧିକାର ଦେଇ ନାରୀ ସଶକ୍ତିକରଣ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ ଜନସାଧାରଣଙ୍କୁ ତଥା ବିଶେଷ କରି ମହିଳାମାନଙ୍କୁ ସଚେତନ କରାଇବା ଓ ନୂତନ ନେତୃତ୍ୱ ସୃଷ୍ଟି କରିବା ଦିଗରେ ଉତ୍ସାହିତ କରିବା ପାଇଁ ଆଜିର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମହିଳାମାନଙ୍କ ବିକାଶରେ ପରିବାରଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେମାନଙ୍କର ଯୋଗଦାନକୁ ଅଗ୍ରାଧିକାର ଓ ସହଭାଗିତା ବିଷୟରେ ସଚେତନ କରାଯାଇଛି। ଆୟୋଜିତ ଏହି ଶୋଭାଯାତ୍ରାରେ ପ୍ରିୟଦର୍ଶନୀ ନନ୍ଦ, ବନ୍ଦନାରାଣୀ ରାଉତ, ନମିତା ବଳ, ଝିଲିରାଣୀ ଦାସ, ମନିଷା ପଣ୍ଡା, ପ୍ରିୟଙ୍କା ଶତପଥି, ପଙ୍କଜିନୀ ସାମଲ, ରୀନାଲତା ଦାସ, ସସ୍ମିତା ସାମଲ, ଶର୍ମିଷ୍ଟା ସାମଲ, ରୋଜାଲିନି ମହାନ୍ତିଙ୍କ ସମେତ ପ୍ରାୟ ତିନିହଜାରରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande