ନିଲମ୍ବିତ ବିଧାୟିକା ସୋଫିଆଙ୍କ ସଭ୍ୟ ପଦ ରଦ୍ଦ କରାଯାଉ - କଂଗ୍ରେସ
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - କଟକ ବାରବାଟୀର ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ଓଡିଶା ଜନ କଂଗ୍ରେସ ଦଳର ଦଳୀୟ ସମାବେଶ ମଂଚକୁ ଯାଇ ଭାଷଣ ଦେବା ସାମ୍ବିଧାନିକ ନିୟମର ଉଲଘଂନ ସହିତ କଂଗ୍ରେସର ଆଚରଣ ବିଧି ଉଲଂଘନ କରୁଛି ବୋଲି ଦଳ ଅଭିଯୋଗ କରିଛି। କଂଗ୍ରେସ ଭବନରେ ପିସିସି ପକ୍ଷର
rjyt7kip


ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - କଟକ ବାରବାଟୀର ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ଓଡିଶା ଜନ କଂଗ୍ରେସ ଦଳର ଦଳୀୟ ସମାବେଶ ମଂଚକୁ ଯାଇ ଭାଷଣ ଦେବା ସାମ୍ବିଧାନିକ ନିୟମର ଉଲଘଂନ ସହିତ କଂଗ୍ରେସର ଆଚରଣ ବିଧି ଉଲଂଘନ କରୁଛି ବୋଲି ଦଳ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ପିସିସି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି କହିଲେ, ନିଲମ୍ବିତ ବିଧାୟିକା ଅନ୍ୟଦଳକୁ ଯାଇ ଭାଷଣ ଦେବା କଂଗ୍ରେସ ଦଳକୁ କ୍ଷୁବ୍ଧ କରିଛି ଏବଂ କଟକ କଂଗ୍ରେସ ପକ୍ଷରୁ ତାଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ତାଙ୍କ ଏତାଦୃଶ କାର୍ଯ୍ୟକଳାପ କଂଗ୍ରେସ ଦଳୀୟ ନିୟମ ଭଙ୍ଗ ସହିତ ନିର୍ବାଚିତ ପ୍ରତିନିଧି ଆଚରଣବିଧିର ଦଶମ ପରିଚ୍ଛେଦ ନିୟମାନୁଯାୟୀ ସଭ୍ୟପଦ ରଦ୍ଦ କରାଯାଉ କିମ୍ବା ସେ ଇସ୍ତଫା ଦିଅନ୍ତୁ । ଅନ୍୍ୟ କୌଣସି ଦଳରୁ ନିର୍ବାଚନ ଲଢି ନିଜ ସାହସିକତା ପ୍ରଦର୍ଶନ କରନ୍ତୁ। ସେ କଂଗ୍ରେସକୁ ନେଇ ପାସ ଫେଲର କଥା ଉଠାଇଛନ୍ତି କଟକରେ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି କଂଗ୍ରେସ ରହିଛି ଓ ରହିବ ତାଙ୍କ ପାସ ଫେଲ ଦେବାର ଆବଶ୍ୟକତା ନାହିଁ।

କଟକ ସିଟି କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର କହିଛନ୍ତି ମୋକିମଙ୍କ ନେତୃତ୍ୱରେ ଓଜେପି ଗଠନ ହୋଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ବର୍ତମାନ ତାଙ୍କ ଝିଅଙ୍କୁ ନିଲମ୍ବିତ କରାଯାଇଛି ପୂର୍ବରୁ ଏଭଳି ଏକ ଘଟଣା ପାଇଁ ଶରଦ ଯାଦବ ଙ୍କ ପ୍ରାର୍ôଥତ୍ୱ ରଦ୍ଦ ହୋଇଥିବାର ନଜିର ରହିଛି ତେଣୁ ସେହି ନ୍ୟାୟରେ ସୋଫିଆଙ୍କ ସଭ୍ୟପଦ ମଧ୍ୟ ରଦ୍ଦ ହେବା ଉଚିତ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ଆଲୋଚନା ପରେ ଆମର ଗୋଟିଏ ଦଳବାଚସ୍ପତିଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande