
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ଯୋଗୁଁ ଓଡ଼ିଶା କ୍ଷତି ସହିବ । ଉତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ପରି ରାଜ୍ୟ ଲାଭବାନ ହେଉଥିବା ବେଳେ ଓଡ଼ିଶାର କ୍ଷତି ହେବ। ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ସହାୟତାରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିଛି । ଓଡ଼ିଶାରେ ୩ରୁ ୪ଟି ଆସନ ଲୋକସଭା ଆସନ କମିବ । ସେହି ହିସାବରେ ବିଧାନସଭା ଆସନ ମଧ୍ୟ କମିବ। ଉଭୟ ସଂସଦ ଓ ବିଧାନସଭାର ଓଡ଼ିଶାର ପ୍ରତିନିଧିତ୍ୱ କମିବ । ଦେଶ ବିଭାଜନ ଆଡ଼କୁ ନଯାଉ । ବିଜେପିର ଓଡ଼ିଶା ସାଂସଦ ଓଡ଼ିଶା କଥା କୁହନ୍ତୁ । ଓଡ଼ିଶା ହିତ ଦୃଷ୍ଟିରୁ ବିଜେପି ସାଂସଦ ମାନେ ପାଟି ନଖୋଲିଲେ ଲୋଲେ କ୍ଷମା ଦେବେନି । ବିଜେପିର ସୁଦୂର ପ୍ରସାରୀ ଅଭିସନ୍ଧି ମୂଳକ ଷଡ଼ଯନ୍ତ୍ର ବାରି ହୋଇ ପଡୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା