
ଭୁବନେଶ୍ୱର, ୧୬ ଏପ୍ରିଲ (ହି.ସ) - ୱାଲଟିୟର ରେଳ ଡ଼ିଭିଜନକୁ ପୂର୍ବତଟ ରେଳପଥ ଜୋନ୍କୁ ତୁରନ୍ତ ଫେରାଅ, ପାଲାସା-ଇଛାପୁରମ୍ ରେଳ ଅଂଚଳ ସ୍ଥାନାନ୍ତରଣ ନିଷ୍ପତି ବାତିଲ୍ କର, ଓଡ଼ିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଂଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଆଣ, ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ରେଳ ଲାଇନ୍ଗୁଡ଼ିକୁ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କର, ରେଳ ରାଜସ୍ୱ, ନିଯୁକ୍ତି ଓ ଭିତିଭୂମି ଉନ୍ନତିରେ ଓଡ଼ିଶାକୁ ତା’ର ନ୍ୟାୟସଂଗତ ହକ୍ ଦିଅ ଦାବିରେ ବିରୋଧୀ ଦଳମାନଙ୍କ ମିଳିତ ଆହ୍ୱାନରେ ଭୁବନେଶ୍ୱର ପୂର୍ବତଟ ରେଳପଥ ଜୋନ୍ ଅଫିସ୍ (ରେଳ ସଦନ) ସମ୍ମୁଖରେ ଗୁରୁବାର ଏକ ବିଶାଳ ଗଣଧାରଣା ଆୟୋଜନ ହୋଇଛି। ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଧାରଣ ମହା ପ୍ରବନ୍ଧକଙ୍କ ଜରିଆରେ ୫ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଧାରଣାରେ ୧୧ଟି ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ।
ଚା ଏହି ଗଣ ଧାରଣାରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ବିଜେଡ଼ିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସି.ପି.ଆଇ.ର ବରିଷ୍ଠ ନେତା ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ଜୟନ୍ତ ଦାସ, ଏନ୍. ନାରାୟଣ ରେଡ୍ଡୀ, ସୁର ଜେନା, ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ସି.ପି.ଆଇ.(ଏମ୍-ଏଲ୍) - ଲିବେରେସନର ବରିଷ୍ଠ ନେତା ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ଅଶୋକ କୁମାର ପ୍ରଧାନ, ଫରୱାର୍ଡ଼ ବ୍ଲକର ବରିଷ୍ଠ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ଲକ୍ଷ୍ମୀ ଦୋରା, ଏନ୍.ସି.ପି.ର ବରିଷ୍ଠ ନେତା ବିକ୍ରମ ସ୍ୱାଇଁ, ଆର୍.ଜେ.ଡ଼ି. ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସଂପାଦକ ପ୍ରଭାସ ସାମନ୍ତରା, ଜେ.ଏମ୍.ଏମ୍.ର ରାଜ୍ୟ ନେତା କମଳ ଲୋଚନ ବାରିକ ପ୍ରମୁଖ ବରିଷ୍ଠ ରାଜ୍ୟ ନେତୃବୃନ୍ଦ ଉଦ୍ବୋଧନ ଦେଇଥିଲେ।
ଚା ଡ଼ବଲ ଇଞ୍ଜିନ ବିଜେପି ସରକାରର ଓଡ଼ିଶା ବିରୋଧୀ ନୀତି ବିରୋଧରେ ଆଗାମୀ ଦିନରେ ରେଳବାଇ ପ୍ରସଙ୍ଗ ସହିତ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ସମସ୍ୟା ଉପରେ ପ୍ରସଙ୍ଗ ଭିତିିକ ଏକତା ଏବଂ ସଂଗ୍ରାମ ଜାରି ରହିବ ବୋଲି ୧୧ଟି ବିରୋଧୀ ଦଳର ନେତାମାନେ ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା