
ତେହରାନ, 19
ଏପ୍ରିଲ (ହି.ସ.)। ଇରାନ ବୈଶ୍ୱିକ ଉର୍ଜା ଏବଂ ସମୁଦ୍ର ବ୍ୟାପାର ପାଇଁ ଅତ୍ୟନ୍ତ
ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ନେଇ ପର୍ଯ୍ୟାୟକ୍ରମେ କଠୋର ସିଦ୍ଧାନ୍ତ ନେଇ
ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ପ୍ରଥମେ ଇରାନ ଜାହାଜ ଚଳାଚଳ ପାଇଁ ନୂତନ ‘ପେ-ଆଣ୍ଡ-ପାସ୍’
ପ୍ରୋଟୋକଲ୍ ଲାଗୁ କରିଥିଲା, ଏବେ ଇରାନର ରିଭୋଲୁସନାରୀ ଗାର୍ଡସ୍ ଘୋଷଣା କରିଛନ୍ତି ଯେ ଶନିବାର
ସନ୍ଧ୍ୟାରୁ ଏହି ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ।
ନୂତନ ବ୍ୟବସ୍ଥା ଅନୁସାରେ, ସୁରକ୍ଷା
ଏବଂ ଉଦ୍ଧାର ସେବା ପାଇଁ ଶୁଳ୍କ ଦେଇଥିବା ଜାହାଜଗୁଡ଼ିକୁ ପ୍ରାଥମିକତା ଦିଆଯିବ, ଯେତେବେଳେ
ଶୁଳ୍କ ଦେଇନଥିବା ଜାହାଜର ଚଳାଚଳକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ କରାଯିବ। ଇରାନୀ
ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ
ବାହ୍ୟ ଚାପର ପ୍ରତିକ୍ରିୟା ସ୍ୱରୂପ ଗ୍ରହଣ କରାଯାଇଛି।
ଏହା ସହିତ, ରିଭୋଲୁସନାରୀ
ଗାର୍ଡସ୍ ସ୍ପଷ୍ଟ କରିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ନିଷ୍ପତି ଶନିବାର
ସନ୍ଧ୍ୟାରୁ ଲାଗୁ ହେବ। ସେମାନଙ୍କ ଅଭିଯୋଗ ଅନୁଯାୟୀ,
ଆମେରିକା ନିକଟରେ ହୋଇଥିବା ଯୁଦ୍ଧବିରତି ସମ୍ମତିର ନିୟମ ଉଲ୍ଲଂଘନ
କରିଛି ଏବଂ ଇରାନୀ ଜାହାଜ ଏବଂ ବନ୍ଦରଗୁଡ଼ିକୁ ନୌସେନା ଘେରାବନ୍ଦି ଜାରି ରଖିଛି।
ଇରାନ କହିଛି ଯେ ଏହି
ପରିସ୍ଥିତିରେ ନିଜ ସାର୍ବଭୌମତା ଏବଂ ଜାତୀୟ ହିତର ସୁରକ୍ଷା ପାଇଁ ଏହି କଠୋର ପଦକ୍ଷେପ ନେବାକୁ
ବାଧ୍ୟ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା