ଜାତୀୟ ପଂଚାୟତିରାଜ ଦିବସ ସମାରୋହ ଆୟୋଜିତ
ଜୟପୁର, ୨୪ ଏପ୍ରିଲ୍ (ହି.ସ.) - କୋରାପୁଟର ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ଜାତୀୟ ପଂଚାୟତିରାଜ ଦିବସ ସମାରୋହ ଆୟୋଜିତ ହୋଇଯାଇଛି ଓ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଧାୟକ କୋରାପୁଟ ରଘୁରାମ ମାଛ ଯୋଗ ଦେଇ ପଂଚାୟତ ସ୍ତରୀୟ ବିକାଶ ନିମନ୍ତେ ସରକାରଙ୍କ ଅଭିନବ ଯୋଜନା ବିଷୟରେ ସବିଶେଷ ତଥ୍ୟ ଉ
ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ


ଜୟପୁର, ୨୪ ଏପ୍ରିଲ୍ (ହି.ସ.) - କୋରାପୁଟର ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ଜାତୀୟ ପଂଚାୟତିରାଜ ଦିବସ ସମାରୋହ ଆୟୋଜିତ ହୋଇଯାଇଛି ଓ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଧାୟକ କୋରାପୁଟ ରଘୁରାମ ମାଛ ଯୋଗ ଦେଇ ପଂଚାୟତ ସ୍ତରୀୟ ବିକାଶ ନିମନ୍ତେ ସରକାରଙ୍କ ଅଭିନବ ଯୋଜନା ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ସଶକ୍ତ ପଂଚାୟତ ନିର୍ମାଣ ପାଇଁ ଆହ୍ୱାନ ଦେବା ସହ ପ୍ରତି ପଂଚାୟତକୁ ଆର୍ôଥକ ଭାବରେ ସୃଦୃଡ଼ କରିବା ଆମ ଲକ୍ଷ୍ୟ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ସଭାପତିତ୍ୱ କରିଥିଲେ ଏବଂ ଜନପ୍ରତିନିଧିମାନେ କିପରି ପଂଚାୟତ ସ୍ତରରୁ ରାଜ୍ୟର ବିକାଶକୁ ସୁଦୃଢ଼ କରିପାରିବେ । ଜନପ୍ରତିନିଧି ମାନେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତି ସ୍ୱାର୍ଥକୁ ତ୍ୟାଗ କରି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା ଉଚିତ ବୋଲି ମତ ଉପସ୍ଥାପନ କରିଥିଲେ ଓ କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ବେଣୁଧର ଶବର ପଂଚାୟତିରାଜ ଦିବସର ତାତ୍ପର୍ଯ୍ୟ ବିଷୟରେ ସୂଚନା ଉପସ୍ଥାପନା କରିଥିଲେ । ଏହି ସମାରୋହରେ ପଂଚାୟତ ସମିତି କୋରାପୁଟର ଅଧ୍ୟକ୍ଷା ଶ୍ରୀମତୀ ନମିତା ମାଝୀ, କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପଂଚାୟତିରାଜ ବ୍ୟବସ୍ଥା ଓ ଏହାର ଗୁରୁତ୍ୱ ବିଷୟରେ ନିଜ ମତ ବ୍ୟକ୍ତ କରିଥିଲେ । ଜାତୀୟ ପଂଚାୟତିରାଜ ଦିବସ ସମାରୋହ ପାଳନ ଅବସରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଉଦେଶ୍ୟରେ ସ୍ୱତନ୍ତ୍ର ଫୋଟ ଚିତ୍ର ପ୍ରଦର୍ଶନୀର ଆୟୋଜିତ ହୋଇଥିଲା । ସମାରୋହ ଆରମ୍ଭପୂର୍ବରୁ ମୁଖ୍ୟ ଅତିଥି ଏହାର ଶୁଭ ଉଦଘାଟନ କରିଥିଲେ । ଅଥିତିମାନଙ୍କ ନିକଟରୁ ଗ୍ରାମୀଣ ଆବାସ ଯୋଜନାର ସଫଳ ରୂପାୟନ ନିମନ୍ତେ ଶ୍ରେଷ୍ଠ ପଂଚାୟତ ଭାବରେ କେନ୍ଦାର ଓ ମନୋରେଗା ଯୋଜନାର ସଫଳ ରୂପାୟନ ନିମନ୍ତେ ବଡ଼ଶୁକୁ ପଂଚାୟତ ପୁରସ୍କୃତ ହୋଇଥିଲେ ଓ ସେହିପରି ଅନ୍ତୋଦ୍ୱୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ କାର୍ଡ ଓ ୨ରୁ ୬ ମାସ ମଧ୍ୟରେଅନ୍ତୋଦ୍ୱୟ ଗୃହ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିଥିବା ହିତାଧିକାରୀଙ୍କୁ ଚେକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଯୁଗଳ କିଶୋର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande