
Bhubaneswar, 26 ଏପ୍ରିଲ୍ (ହି.ସ.)
ଜୟପୁର
ଜୟପୁର ସଦରଥାନା ଅନ୍ତର୍ଗତ ବାମୁଣିପୁଟ ଠାରେ କାର ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୪ଜଣ ଗୁରୁତର ଥିବା ଜଣା ପଡିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜୟପୁର ଠାରୁ ବୈପାରିଗୁଡା ଅଭିମୁଖେ ଏକ ମୋଟର ସାଇକଲ(ଓଡି୧୦ଡି୪୮୬୬)ଯାଉଥିବା ସମୟରେ ବିପରିତ ପଟୁ ଆସୁଥିବା କାର(ଓଡି ୦୮ଏଲ୍୮୪୫୨)ସହ ଧକ୍କା ହୋଇଥିଲା। ଫଳରେ କାରଟି ରାସ୍ତା କଡରେ ଥିବା ଏକ ଦୋକାନ ଘରକୁ ବାଜି ଓଲଟି ପଡିଥିଲା। ରାସ୍ତା କଡରେ ଥିବା ଦୋକାନ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଛି। କାରରେ ଥିବା ୩ଜଣ ଯାତ୍ରୀଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ବାଇକ ଚାଳକ ଓ କାରରେ ଥିବା ୩ଜଣଙ୍କୁ ଉଦ୍ଧାର କରି ଜୟପୁର ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣା ସ୍ଥଳରେ ସଦରପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି