
Odisha, 26 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ମ୍ୟୁନିସିପାଲିଟି କର୍ମଚାରୀ ସଂଘର ନୂତନ କର୍ମକର୍ତା ଚୟନ ହୋଇଯାଇଛି। ସର୍ବସମ୍ମତି କ୍ରମେ ରତିକାନ୍ତ ପଟ୍ଟନାୟକ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଲାଲ୍ ମୋହନ ସ୍ବାଇଁ ଉପ ସଭାପତି, ସୁଧାକର ଶତପଥୀ ସାଧାରଣ ସମ୍ପାଦକ, ସ୍ବପ୍ନେଶ୍ବର ସ୍ବାଇଁ ସହ ସମ୍ପାଦକ, ସୁବ୍ରତ କୁମାର ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ନାରାୟଣ ଜେନା, ସବ୍ୟସାଚୀ ବରାଳ, ଦୀପାରାଣୀ ସେଠୀ, ରୁଦ୍ରବୀଣ ପତି, ସବ୍ୟସାଚୀ ନାୟକ, ଜୟକୃଷ୍ଣ ଦାସ, ପ୍ରଶାନ୍ତ କୁମାର ମହାପାତ୍ର ଓ ବିଶ୍ବନାଥ ମହାପାତ୍ର ମନୋନୀତ ହୋଇଛନ୍ତି। ସେହିପରି ସଂଘର ଅଡିଟର ଭାବେ ଜୟନ୍ତୀ ନାରାୟଣୀ ସିଂହ, ସୁଶାନ୍ତ ପରିଡ଼ା ଓ ସାଗରିକା ପ୍ରଧାନ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ