ପୋଲ ନିର୍ମାଣ ବେଳେ ଦୁର୍ଘଟଣା, ନଦୀକୁ ଖସିଲା ଟ୍ରାକ୍ଟର, ଚାଳକ ମୃତ
ଭଦ୍ରକ, ୨୪ ଅପ୍ରେଲ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲ ର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ ନିୟୋଜିତ ହୋଇଥିବା
POLA NIRMAN BELE DURGHATANA


ଭଦ୍ରକ, ୨୪ ଅପ୍ରେଲ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲ ର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ ନିୟୋଜିତ ହୋଇଥିବା ଟ୍ରାକ୍ଟର ମାଟି ବୋଝେଇ କରି ଆସୁଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ଟ୍ରାକ୍ଟର ଚାଳକ ନିଜ ଭାରସାମ୍ୟ ହରାଇଥିଲେ ଫଳରେ ଟ୍ରାକ୍ଟର ଟି ମନ୍ତେଇ ନଦୀ ମଧ୍ୟକୁ ଖସି ପଡିଥିଲା। ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସଂପୃକ୍ତ ଚାଳକକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ମୃତକ ଜଣକ ବାଲିଦାଣ୍ଡି ଗ୍ରାମର ଟୁନା ନାୟକଙ୍କ ପୁଅ ଲିପୁନ ନାୟକ ବୋଲି ଜଣାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande