ସରକାରଙ୍କ କମ୍ପାନୀ ପ୍ରୀତିକୁ ନିନ୍ଦା କରିବା ସହ ବିରାଟ ଗଣଧାରଣା ପାଇଁ ଦେଲା ଚେତାବନୀ ଦେଲା କଂଗ୍ରେସ
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ଅଂଚଳରେ ଦୀର୍ଘ ୨୦ବର୍ଷ ହେଲା କମ୍ପାନୀ ମାନଙ୍କ ସ୍ୱାର୍ଥରେ ( ପୋସ୍କ,ଜିନ୍ଦଲ) ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ଆକ୍ରୋସର ଶିକାର ହେବା ଓ କର୍ପୋରେଟ୍ ସ୍ୱାର୍ଥରେ ପୂର୍ବରୁ ବିଜେଡି ଓ ବିଜେପି ସରକାର ଯେଉଁ ଢିଙ୍କିଆ ଚାରିଦେଶରେ
cvhhgj


ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ଅଂଚଳରେ ଦୀର୍ଘ ୨୦ବର୍ଷ ହେଲା କମ୍ପାନୀ ମାନଙ୍କ ସ୍ୱାର୍ଥରେ ( ପୋସ୍କ,ଜିନ୍ଦଲ) ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ଆକ୍ରୋସର ଶିକାର ହେବା ଓ କର୍ପୋରେଟ୍ ସ୍ୱାର୍ଥରେ ପୂର୍ବରୁ ବିଜେଡି ଓ ବିଜେପି ସରକାର ଯେଉଁ ଢିଙ୍କିଆ ଚାରିଦେଶରେ ପ୍ରଶାସନିକ ଜୁଲମ୍ କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ପୂର୍ବତନ ସାଂସଦ ଯଶୋବନ୍ତ ନରାୟଣ ସିଂ ଲାଗୁରୀ, କଂଗ୍ରେସନେତା ତଥା ବଶିଷ୍ଟ ପରିବେଶବିତ ସୁଧାଂଶୁ ଶେଖର ଦେଓ , ବିଧାୟକ ପ୍ରାର୍ଥୀ ନଳିନୀ କୁମାର ସ୍ୱାଇଁ ଓ ଏରସମା ଜିଲ୍ଲାପରିଷଦ ସଦସ୍ୟ ପିନାକୀ ନାରାୟଣ ଦାଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନି ରେ କହିଛନ୍ତି ଢିଙ୍କିଆ ସ୍ୱ ଅର୍ଥନୈତିକ ସମୃଦ୍ଧ ଅଂଚଳ ଭାବରେ ସମଗ୍ର ଭାରତ ବର୍ଷରେ ଧାନ,ପାନ,ମୀନ କୁ ନେଇ ପରିଚିତ । ମାତ୍ର ଏହି ଲୋକଙ୍କମାନଙ୍କର ଦୋଷ ହେଉଛି ଏହା କି, ଏମାନେ ଜୀବନ ଯିବିକା ମାଟି ପ୍ରତି ସମ୍ବେଦନଶୀଳ ଓ ନିଜ ଭିଟା ମାଟିରୁ ଉଚ୍ଛେଦ ନହେବା ପାଇଁ ଲଢେଇ କରି ଆସୁଥିଲେ ।୨୦୦୫ ମସିହା ଠାରୁ ଅଦ୍ୟାବଧି ଏହି ମାଟିର ମଣିଷ ମାନେ ଏହି ଭିଟାମାଟିକୁ ରକ୍ଷା କରିବା ପାଇଁ ଅବିରତ ସଙ୍ଗ୍ରାମ କରି ଆସୁଛନ୍ତି । ଏଥିପାଇଁ ଚାରି ଚାରି ଜଣଙ୍କର ଜୀବନହାନି ଘଟିବା ସହ ହଜାର ହଜାର ଲୋକଙ୍କ ନାମରେ ମିଥ୍ୟା ମକୋଦ୍ଦମାରେ ଜଡିତ କରାଯାଇଛି । ଏଠି ସରକାର ନିଦାବିଷ୍ଣୁ ପାଲଟି ଜେ.ଏସ୍.ଡବ୍ଲ୍ୟୁ ପ୍ରେମରେ ଅନ୍ଧ ହୋଇ ଏହି ଶସ୍ୟ ଶ୍ୟାମଳା ଓ ଓଡିଶାର ଭୁସ୍ୱର୍ଗ କାଶ୍ମୀର ଅଂଚଳକୁ ବିନା ଗ୍ରାମସଭା ଓ ଲୋକଙ୍କର ବିନା ସହମତିରେ କମ୍ପାନୀକୁ ଟେକି ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ହତ୍ୟାର ନଗ୍ନ ଉଦାହରଣ ।

ଦାବୀକୁ ତୁରନ୍ତ କାର୍ୟ୍ୟ କାରୀ କରାନଗଲେ କଂଗ୍ରେସ ଦଳ ଓ ହଜାର ହଜାର ସାଧାରଣ ଜନତା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜେ.ଏସ୍.ଡବ୍ଲ୍ୟୁ ର ମୁଖ୍ୟ ଫାଟକ ଆଗରେଶାନ୍ତିପୁର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମ୍ମିଳନୀ ରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିବାସହ ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନି ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande