ବିରୋଧୀ ସହି ପାରୁ ନାହାନ୍ତି - ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ କଟାକ୍ଷକୁ କଡା କାଉଂଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ସେମାନେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ବିରୋଧ କଲେ। ସେ ବିଷୟରେ ଆଲୋଚନା ପାଇଁ ସ୍ୱତନ
gokulanand mallik


ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ କଟାକ୍ଷକୁ କଡା କାଉଂଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ସେମାନେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ବିରୋଧ କଲେ। ସେ ବିଷୟରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ମହିଳାଙ୍କୁ ଯେଉଁ ଦେଶ ଓ ରାଜ୍ୟ ଅଗ୍ରାଧିକାର ଦେଉଛି ସେ ଦେଶ ସେତେ ଆଗୁଅ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ବିରୋଧୀମାନେ ବିରୋଧ କଲେ, ତାହା ନିନ୍ଦନୀୟ। ବିଜେଡି ତାଙ୍କ ସମୟରେ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା। ଗାଁକୁ କାମ ମା’କୁ ସମ୍ମାନ କହୁଥିଲେ, କିନ୍ତୁ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା। ସେମାନେ କରିପାରିନଥିଲେ, ବିଜେପି କରୁଥିବାରୁ ସହି ପାରୁ ନାହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande