୧୯ତମ ଆନ୍ତର୍ଜାତୀୟ ପ୍ରାଚ୍ୟ ଐତିହ୍ୟ ସମ୍ମିଳନୀରେ ଯୋଗ ଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ସ୍ଥାନୀୟ ଜୟଦେବ ଭବନଠାରେ ଭାରତୀୟ ବାସ୍ତୁ ଏକାଡେମୀ ପକ୍ଷରୁ ଆୟୋଜିତ ୧୯ତମ ଆନ୍ତର୍ଜାତୀୟ ପ୍ରାଚ୍ୟ ଐତିହ୍ୟ ସମ୍ମିଳନୀରେ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଛନ୍ତି। ଏକ୍ସରେ ଏସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ପୋଷ୍ଟ କରିଛନ୍ତି ଆଜି ଭୁ
j


ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ସ୍ଥାନୀୟ ଜୟଦେବ ଭବନଠାରେ ଭାରତୀୟ ବାସ୍ତୁ ଏକାଡେମୀ ପକ୍ଷରୁ ଆୟୋଜିତ ୧୯ତମ ଆନ୍ତର୍ଜାତୀୟ ପ୍ରାଚ୍ୟ ଐତିହ୍ୟ ସମ୍ମିଳନୀରେ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଛନ୍ତି।

ଏକ୍ସରେ ଏସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ପୋଷ୍ଟ କରିଛନ୍ତି ଆଜି ଭୁବେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଭାରତୀୟ ବାସ୍ତୁ ଏକାଡେମୀ ପକ୍ଷରୁ ଆୟୋଜିତ ୧୯ତମ ଆନ୍ତର୍ଜାତୀୟ ପ୍ରାଚ୍ୟ ଐତିହ୍ୟ ସମ୍ମିଳନୀ - ୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବାର ସୌଭାଗ୍ୟ ପ୍ରାପ୍ତ ହେଲା। ଭାରତୀୟ ସନାତନ ସଂସ୍କୃତିର ଅମୂଲ୍ୟ ସମ୍ପଦ 'ଜ୍ୟୋତିଷ ଶାସ୍ତ୍ର' ଏବଂ 'ଯୋଗ ବିଜ୍ଞାନ' ଉପରେ ଆଲୋକପାତ କରିଲି ।

ଜ୍ୟୋତିଷ ଶାସ୍ତ୍ର ଯାହାକୁ 'ବେଦର ଚକ୍ଷୁ' କୁହାଯାଏ ଏବଂ ଯୋଗ ଯାହା ଆତ୍ମା ଓ ଶରୀରର ମିଳନ ଘଟାଏ, ଏହି ଦୁଇଟିର ପ୍ରାସଙ୍ଗିକତା ଆଜିର ଆଧୁନିକ ଯୁଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମକୁ ନିଜର ଏହି ପୁରାତନ ଶାସ୍ତ୍ରୀୟ ଜ୍ଞାନକୁ ଆପଣେଇବାକୁ ହେବ।

ଏହି କାର୍ଯ୍ୟକ୍ରମରେବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଭାରତୀୟ ବାସ୍ତୁ ଏକାଡେମୀର ନିର୍ଦ୍ଦେଶକ ଡ. ତପସ୍ୱିନୀ ମିଶ୍ର, ଆଚାର୍ଯ୍ୟ ଅନିଲ ବେଦସ, ଇଂଟରନ୍ୟାସନାଲ ରେକି ଗ୍ରାଣ୍ଡ ମାଷ୍ଟର ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande