ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନ ବଂଚାଇଲା ବିକାଶ ମଂଚ ମୁରିବାହାଲ ବ୍ଲକ ସଦସ୍ୟ
ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଦେବଙ୍ଗ ଛକ ନିକଟ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ପଡ଼ି ରହିଥିବାବେଳେ ବିକାଶ ମଂଚ ମୁରିବାହାଲ ବ୍ଲକର ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ଅମରେଶ ମାଝୀ, ମନୁ ହଂସ, ପିଙ୍କୁ ବାଗ ଡାକ୍ତର ଖାନାରେ ଭର୍ତି କରି ଜ
ĺଦୁର୍ଘଟଣା ରେ ଗୁରୁତର ଯୁବକ ଙ୍କ ଜୀବନ ବଞ୍ଚାଇଲା ବିକାଶ ମଞ୍ଚ ମୁରିବାହାଲ ବ୍ଲକ ସଦସ୍ୟ


ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଦେବଙ୍ଗ ଛକ ନିକଟ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ପଡ଼ି ରହିଥିବାବେଳେ ବିକାଶ ମଂଚ ମୁରିବାହାଲ ବ୍ଲକର ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ଅମରେଶ ମାଝୀ, ମନୁ ହଂସ, ପିଙ୍କୁ ବାଗ ଡାକ୍ତର ଖାନାରେ ଭର୍ତି କରି ଜୀବନକୁ ବଂଚାଇ ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା କଂସିଲ ଗ୍ରାମର ଯୁଗଳ ସାହୁ ମୁରିବାହାଲ ଥାନା କନ୍ଧେନଝୁଲା ଗ୍ରାମକୁ ବିବାହ ଘର ଭୋଜି ଖାଇବା ପାଇଁ ଯାଉଥିବା ବେଳେ ଦେବଙ୍ଗ ଛକ ନିକଟରେ କୌଣସି କାରଣରୁ ବାଇକ ସହ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ରାସ୍ତା କଡରେ ଗୁରୁତର ଭାବରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଆସୁଥିବା ବିକାଶ ମଂଚର ସଦସ୍ୟମାନେ ଦେଖି ସ୍ଥାନୀୟ ଲୋକଙ୍କୁ କହିବା ସହ ୧୦୮ ଆମ୍ବୁଲାନ୍ସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ପରବର୍ତୀ ସମୟରେ ମୁରିବାହାଲ ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀକାନ୍ତ ସେଠଙ୍କୁ ଯୋଗାଯୋଗ କରି ଅଗ୍ନିଶମ ବିଭାଗର ଗାଡି ଆଣିବା ପାଇଁ କହିଥିଲେ। ଶୀଘ୍ର ଦୁର୍ଘଟଣା ହୋଇଥିବା ସ୍ଥାନରେ ଅଗ୍ନିଶମ ବିଭାଗର ଗାଡ଼ିରେ ପହଂଚି ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ଯୁବକ ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା। ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୁରିବାହାଲ ଅଂଚଳରେ ଆମ୍ବୁଲାନ୍ସ ସେବା ବିପର୍ଯୟ। ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ସେବା। ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବହୁତ ଲୋକେ ନିର୍ଭର କରୁଥିବାବେଳେ ଆଉ ଗୋଟିଏ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ବିକାଶ ମଂଚ ମୁରିବାହାଲ ବ୍ଲକରୁ ଦାବି ହେଉଛି। ତେବେ ବିକାଶ ମଂଚ ମୁରିବାହାଲ ବ୍ଲକର ଏହି ଭଲି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande