
କେନ୍ଦ୍ରାପଡ଼ା, ୨୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପକ୍ଷରୁ ଜାତୀୟ ପଂଚାୟତରାଜ ଦିବସ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ନମିତା ବାରିକ ଅଧ୍ୟକ୍ଷତା କରିଥିବାବେଳେ ଡେରାବିଶ ତହସିଲଦାର ସରୋଜ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ୨୬ଗୋଟି ପଂଚାୟତର ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିବାବେଳେ ଗୁଆଳସିଂହ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଂଜନ ମଲିକଙ୍କୁ ଜିଲ୍ଲା ପ୍ରଶାସନ ଓ ଡେରବିଶ ବ୍ଲକ ପକ୍ଷରୁ ଶ୍ରେଷ୍ଠ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନା ତଥା ଅନ୍ୟ ସମସ୍ତ ଯୋଜନାକୁ ସୁପରିଚାଳନା କରିବାରେ ଶ୍ରୀ ମଲିକ ଦକ୍ଷତା ପ୍ରଦର୍ଶନ କରିଥିବାରୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ମହିଳା ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି