
ଖୋର୍ଦ୍ଧା, ୨୫ ଏପ୍ରିଲ୍ (ହି.ସ.)- ଚିଲିକାର ନଳଘାସ ଜଙ୍ଗଲରେ ଲାଗିଛି ନିଆଁ। ଏକର ଏକର ବ୍ୟାପୀ ମାଡି ଚାଲିଛି ନିଆଁ। ଖରାଦିନେ ଚିଲିକାରେ ନଳଘାସ ଶୁଖି ଯାଇଥିବାରୁ ବ୍ୟାପକ ଭାବେ ନିଆଁ ଆଗକୁ ଆଗକୁ ମାଡି ଚାଲିଛି। ଚିଲିକା କୁଳିଆ ଗାଁ ଗଡ଼ଖାରଦ, ମାଳି ସାହି, ବାଦୁରାବର ଗାଁ ନିକଟ ଚିଲିକା ମଧ୍ୟରେ ଲାଗିଛି ନିଆଁ। ଗତକାଲି ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିଲା। ନିଆଁ ଲାଗିବା ଫଳରେ ଚିଲିକାରେ ବସବାସ କରୁଥିବା
ଜଳ ଜନ୍ତୁ ଏମିତିକି ବନ୍ୟପ୍ରାଣୀ ସିଡିଲ-୧ ବିଲୁପ୍ତ ଫିସିଙ୍ଗକ୍ୟାଟ ସମେତ ଠେକୁଆ, ଗାଡ଼ ଭାଲୁ, କୋକିଶିଆଳି ଆଦି ଜଳଜନ୍ତୁ ସହ ପକ୍ଷୀ ମାନେ ବିପଦରେ ପଡିଛନ୍ତି।
ଚିଲିକା ନଳଘାସ ନିଆଁରୁ ପାଉଁଶ ଉଡିବାରୁ ଭୂଷଣ୍ଡପୁର, ଦେଇପୁର, ଦୋଛଆଁ ଆଦି ଅଂଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି। ଏଣୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ