ସପ୍ତାହ ମଧ୍ୟରେ ସିଏମ୍ କିଷାନରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ତୁରନ୍ତ ଅନ୍ତର୍ଭୁକ୍ତ କରିବାକୁ କଂଗ୍ରେସର ଦାବି
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- କୃଷି କ୍ଷେତ୍ରରେ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ସିଏମ ଓ ପିଏମ୍ କିଷାନ ସହାୟତା ଦିଆଯାଉଛିା। ଗତବର୍ଷ ସରକାର ରାଜ୍ୟର ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଦେଇଥିବା ବେଳେ ଚଳିତବର୍ଷ ଗତ ଅକ୍ଷୟ ତୃତୀୟାରେ ମୋଟ୍ ୪୧ଲକ୍ଷ ଚାଷୀଙ୍କୁ ସିଏମ
ସପ୍ତାହ ମଧ୍ୟରେ ସିଏମ୍ କିଷାନରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ତୁରନ୍ତ ଅନ୍ତର୍ଭୁକ୍ତ କରିବାକୁ କଂଗ୍ରେସର ଦାବି


ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- କୃଷି କ୍ଷେତ୍ରରେ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ସିଏମ ଓ ପିଏମ୍ କିଷାନ ସହାୟତା ଦିଆଯାଉଛିା। ଗତବର୍ଷ ସରକାର ରାଜ୍ୟର ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଦେଇଥିବା ବେଳେ ଚଳିତବର୍ଷ ଗତ ଅକ୍ଷୟ ତୃତୀୟାରେ ମୋଟ୍ ୪୧ଲକ୍ଷ ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଯୋଗାଇ ଦେଲେ । କିନ୍ତୁ ଗତବର୍ଷ ତୁଳନାରେ ଏବର୍ଷ ଓଡ଼ିଶାର ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ନାମ ସିଏମ୍ କିଷାନ ତାଲିକାରୁ କାହିଁକି କାଟି ଦିଆଗଲା ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ରହିଛି ନିକଟରେ ସିଏମ୍ କିଷାନ ସହାୟତା ପାଇବାରୁ କାଟି ଦିଆଯାଇଥିବା ସେହି ୧୦ଲକ୍ଷ ଚାଷୀଙ୍କ ଜମାଖାତାକୁ ତୁରନ୍ତ ସିଏମ୍ କିଷାନ ସହାୟତା ଯୋଗାଇ ଦେବା ସହ ଚଳିତ ରବି ଧାନ କ୍ରୟ ପାଇଁ ଚାଷୀ ନାମ ପଞ୍ଜିକରଣ ସମୟ ସୀମା ମଇ ମାସ ୫ ତାରିଖ ପର୍ଯନ୍ତ ବୃଦ୍ଧି କରିବାକୁ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande