ଅଦରକାରି ନଡିଆ କାଂଚିରେ ନିର୍ମାଣ ହୋଇଛି ଜଳପାତ୍ର ପକ୍ଷୀଙ୍କ ପାଇଁ ଜଳଦାନ, ଅଭିନବ ପ୍ରୟାସରେ ୧୦୦ ଗୋଟି ଗଛରେ ଲଗାଇଲେ
ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ଉତପ୍ତ ଜିଲ୍ଲା ଭାବେ ଓଡ଼ିଶାରେ ବେଶ ପରିଚିତ। ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ହୋଇଥିବାରୁ ସହରରେ ଗୁଳୁଗୁଳି ସହ ତାତିର ଏବଂ ବିଜୁଳି କାଟକୁ ନେଇ ବଲାଙ୍ଗୀର ସହରରେ ଦିନକୁ ଦିନ ଜଙ୍ଗଲରେ ମହୁଲ ଫୁଲ ରପ୍ତାନିକୁ ପେଟ ପାଟଣା ପାଇଁ କିଛି ଲୋକ ଗଛ ଚାରିପଟେ ନ
ଅଦରକାରି ନଡିଆ କାଂଚିରେ ନିର୍ମାଣ ହୋଇଛି ଜଳପାତ୍ର ପକ୍ଷୀଙ୍କ ପାଇଁ ଜଳଦାନ, ଅଭିନବ ପ୍ରୟାସରେ ୧୦୦ ଗୋଟି ଗଛରେ ଲଗାଇଲେ


ଅଦରକାରି ନଡିଆ କାଂଚିରେ ନିର୍ମାଣ ହୋଇଛି ଜଳପାତ୍ର ପକ୍ଷୀଙ୍କ ପାଇଁ ଜଳଦାନ, ଅଭିନବ ପ୍ରୟାସରେ ୧୦୦ ଗୋଟି ଗଛରେ ଲଗାଇଲେ


ଅଦରକାରି ନଡିଆ କାଂଚିରେ ନିର୍ମାଣ ହୋଇଛି ଜଳପାତ୍ର ପକ୍ଷୀଙ୍କ ପାଇଁ ଜଳଦାନ, ଅଭିନବ ପ୍ରୟାସରେ ୧୦୦ ଗୋଟି ଗଛରେ ଲଗାଇଲେ


ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ଉତପ୍ତ ଜିଲ୍ଲା ଭାବେ ଓଡ଼ିଶାରେ ବେଶ ପରିଚିତ। ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ହୋଇଥିବାରୁ ସହରରେ ଗୁଳୁଗୁଳି ସହ ତାତିର ଏବଂ ବିଜୁଳି କାଟକୁ ନେଇ ବଲାଙ୍ଗୀର ସହରରେ ଦିନକୁ ଦିନ ଜଙ୍ଗଲରେ ମହୁଲ ଫୁଲ ରପ୍ତାନିକୁ ପେଟ ପାଟଣା ପାଇଁ କିଛି ଲୋକ ଗଛ ଚାରିପଟେ ନିଆଁ ଲଗାଇ ଦେଇଥିବାରୁ ତାହା ସାରା ଜଙ୍ଗଲକୁ ବ୍ୟାପି ଯାଉଛି। ରାସ୍ତାଘାଟ, ଜିବଜନ୍ତୁ ଏଥିରେ ବାଦ ପଡ଼ିନାହିଁ। ଦୀର୍ଘ ଦୁଇ ତିନି ଦିନ ହେବ ମଠଖାଇ ଜଙ୍ଗଲରେ ଲାଗିଛି ନିଆଁ। ଗତ ଦୁଇଦିନ ତଳେ କଦଳିମୁଣ୍ଡା ପାଶ୍ୱର୍ ମଣ୍ଡା ଜଙ୍ଗଲ ନିଆଁ ଲାଗିଥିବାରୁ ପକ୍ଷୀ ଓ ଜିବଜନ୍ତୁ ପାଣି ପାଇ ଆଉଟୁ ପାଉଟୁ ହେଉଥିବା ଜଣାଯାଇଛି। ଏ ନେଇ ବଲାଙ୍ଗୀର ସହରର କିଛି ଯୁବକ ସଚେତନ ଓ ଅଭିନୟ ପ୍ରୟାସ କରିଛନ୍ତି। ଅଦରକାରୀ ନଡ଼ିଆ କାଂଚିରୁ ନିର୍ମାଣ କରିଥିଲେ ଜଳପତ୍ର। ବିଜାଖମନ ପାଶ୍ୱର୍ ଜଙ୍ଗଲ ଓ ବଣ୍ଡା ଜଙ୍ଗଲରେ ୧୦୦ ଗୋଟି ମାଟିପାତ୍ର ସମେତ ନଡିଆ କାଂଚିରେ ନିର୍ମାଣ ହୋଇଥିବା ପାତ୍ର ପକ୍ଷୀଙ୍କ ପାଇଁ ଜଳଦାନ କରିଛନ୍ତି। ଆଗକୁ ପାଟଣାଗଡ଼ ଜଙ୍ଗଲ ରାସ୍ତା, ସମ୍ବଲପୁର ରାସ୍ତ ଏବଂ ସୋନପୁର ରାସ୍ତାର ବିଭିନ୍ନ ଗଛର ଲଗାଇବେ ବୋଲି ସଂକଳ୍ପ ନେଇଛନ୍ତି। ଏହି ଅଭିନବ ପ୍ରୟାସ ଆଗକୁ ସଚେତନ କରିବା ପାଇଁ ବିଭିନ୍ନ ଘରମାନଙ୍କ ଛାତ ରେ ବିଭିନ୍ନ ସାମଗ୍ରୀ ପାତ୍ରରେ ଜଳଦାନ କରିବା ପାଇଁ ନିବେଦନ କରିଛନ୍ତି। କାରଣ ପକ୍ଷୀ ହେଉଛନ୍ତି ଆମ ହିନ୍ଦୁ ଧର୍ମର ପୂଜା ପାଉଛନ୍ତି ଯାହାକି ରାମାୟଣ ଏବଂ ଗରୁଡ଼ ପୁରାଣରେ ପକ୍ଷୀମାନଙ୍କ ସ୍ୱତନ୍ତ୍ରତା ରହିଛି। ପରିବେଶ ପାଇଁ ମଧ୍ୟ ଏମାନଙ୍କର ଅବଦାନ ରହିଛି। ଏହି ଅବସରରେ ଆଜି ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଶମ୍ଭୁ ପ୍ରସାଦ ଶତପଥି, ରିଂଟୁ ସାହୁ, ସଂଜିବ ସାମଲ ସାମିଲ ଥାଇ ବିଭିନ୍ନ ଗଛମାନଙ୍କରେ ନଡ଼ିଆ କାଂଚିର ପାତ୍ର ଏବଂ ମାଟିପାତ୍ର ବାନ୍ଧି ପକ୍ଷୀଙ୍କ ପାଇଁ ଜଳ ପ୍ରଦାନ କରିଥିଲେ ଏବଂ ଅଭିନବ ପ୍ରୟାସ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande