
ଜୟପୁର, ୨୫ ଅପ୍ରେଲ (ହି.ସ.)- କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ବିଜୟ ମଲିକଙ୍କ ନେତୃତ୍ଵରେ ୫ ଜଣିଆ ଟିମ୍ ଜୟପୁର ଟାଉନ ଥାନାରେ ପହଞ୍ଚି ଥିଲେ l ଟାଉନ ପୋଲିସର ସହାୟତାରେ ଜୟପୁର ସହରର ପ୍ରସନ୍ନ କୁମାର ପାତ୍ରଙ୍କୁ କ୍ରଇମ ବ୍ରାଞ୍ଚ ଗିରଫ କରି କୋର୍ଟରେ ହାଜର କରିଛି l ଗତ ୨୦୧୮ ମସିହାର ଏକ ଜମି ଜାଲିଆତି ମାମଲାରେ ଫେରାର ଥିବା ପ୍ରସନ୍ନ କୁମାର ପାତ୍ରଙ୍କୁ କଟକରୁ ଗିରଫ କରିଥିଲା ଟିମ୍ l
ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଜାଲିଆତି କରି ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ଵ ଫେରାର ଥିଲା ପ୍ରସନ୍ନ କୁମାର ପାତ୍ର l
ସେପଟେ ପ୍ରସନ୍ନଙ୍କ ନାମରେ ଆଉ କ'ଣ ମାମଲା ରହିଛି ସେ ନେଇ ଟାଉନ ଥାନା ପୋଲିସ ସହ ଆଲୋଚନା କରି ଫେରିଛନ୍ତି ଟିମ୍।
ଗିରଫ ହୋଇଥିବା ପ୍ରସନ୍ନ କୁମାର ପାତ୍ରଙ୍କୁ ଆଜି ଜୟପୁର କୋର୍ଟରେ ହାଜର କରିଛି କ୍ରାଇମ ବ୍ରାଞ୍ଚ ଟିମ୍ l ପ୍ରସନ୍ନଙ୍କ ନାମରେ ପୂର୍ବରୁ ୫ରୁ ଅଧିକ ୱାରେଣ୍ଟ ଥିବା ସୂଚନା ଦିଆଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି