କେନ୍ଦୁପତ୍ର ତୋଳାଳୀ ମହିଳାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ଦେବଗଡ଼ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ ମହିଳାମାନଙ୍କୁ ଭେଟି ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଦେବଗଡ଼ ଜିଲ୍ଲା ‘ରେଙ୍ଗାଳବେଡ଼ା କେନ୍ଦୁପତ୍ର ବନାଂଚଳ’ର ମା’ ଭଉଣୀମାନଙ୍କୁ ଭେଟିବ
fghjt


ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ଦେବଗଡ଼ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ ମହିଳାମାନଙ୍କୁ ଭେଟି ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ୍ସରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଦେବଗଡ଼ ଜିଲ୍ଲା ‘ରେଙ୍ଗାଳବେଡ଼ା କେନ୍ଦୁପତ୍ର ବନାଂଚଳ’ର ମା’ ଭଉଣୀମାନଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ସେମାନଙ୍କ ସହ ଆଲୋଚନା କଲି । କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଥିବା ତଥା ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବାରେ ଏହି ମାତୃଶକ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ଅତୁଳନୀୟ ।

ଏହି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଡବଲ ଇଞ୍ଜିନ ସରକାର ଚଳିତ ବଜେଟରେ ନେଇଥିବା ପଦକ୍ଷେପଗୁଡ଼ିକ କେନ୍ଦୁପତ୍ର ତୋଳାଳିମାନଙ୍କୁ ଆର୍ôଥକ କ୍ଷେତ୍ରରେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ରୋଜଗାର ବୃଦ୍ଧିରେ ସହାୟକ ହୋଇଛି । ଆଗାମୀ ଦିନରେ ଏହି ମା’ ଭଉଣୀମାନଙ୍କ ହକ୍ ପ୍ରଦାନ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande