
ଭବାନୀପାଟଣା, ୨୫ ଅପ୍ରେଲ (ହି.ସ.)- ଗତକାଲି କଳାହାଣ୍ଡି ଜିଲ୍ଲାପାଳ ଅଫିସ, ଭବାନିପାଟଣା ସମ୍ମୁଖରେ ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ପକ୍ଷରୁ ଦାବିପତ୍ର କଳାହାଣ୍ଡି ନର୍ଲା ବ୍ଲକ ଦେହେଲି ଗ୍ରାମରେ ଘଟିଥିବା ଏକ ଦୁଃଖଦ ବିଷୟ ଯାହାକି ଗତ ୧୪ ତାରିଖରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ହାତୁଡ଼ିରେ ପିଟି ପିଟି ନିର୍ମମ ଭାବରେ ଅମାନୁଷିକ ଭାବେ ହତ୍ୟା କରିବା ବହୁତ୍ ଦୁଃଖର ବିଷୟ। ଏଥିରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ମିଛ ପ୍ରେମ ପ୍ରଲୋଭନ ଦେଖାଇ କୋର୍ଟ ମେରେଜ କରି ସରକାରଙ୍କ ଠାରୁ ମଧ୍ୟ ବିବାହ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି। ତାଙ୍କ ଦୁଇ ପୁଅଙ୍କୁ ଜନ୍ମ ଦେଇ ଭରଣ ଭୋଷଣ କରୁଥିଲେ। ଏପରି ଭାବେ ପତ୍ନୀଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିବା ବିଷୟ ସମାଜରେ ଚହଳ ପଡ଼ି ଯାଇଛି। ଭିନ୍ନକ୍ଷମ ଜଣେ ସମାଜର ଅନ୍ତିମ ଶ୍ରେଣୀରେ ହୋଇଥିଲେ ମଧ୍ୟ ଭିନ୍ନକ୍ଷମମାନଙ୍କୁ ସରକାର ବିଭିନ୍ନ ସାମାଜିକ ସୁରକ୍ଷା, ସହାୟତା ଉପକରଣ, ବିବାହ ପ୍ରୋତ୍ସାହନ ରାଶି, ଶିକ୍ଷା, ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ଜଣେ ବ୍ୟକ୍ତି ଭଗବାନ ଗଉଡ ଯେଭଳି ନିର୍ମମ ଭାବରେ ହତ୍ୟା କରିବା ବିଷୟକୁ ଓଡ଼ିଶା ବିକଳାଙ୍ଗ ମଞ୍ଚ କଡ଼ା କଡି ଭାବରେ ନିନ୍ଦା କରେ ଏବଂ ଭିନ୍ନକ୍ଷମ ମାନେ ମଧ୍ୟ ବଞ୍ଚିବାର ଶୈଳୀ ଖୋଜୁଥିଲେ ମଧ୍ୟ ଭୟାବହ ଭାବରେ ତୃଣମୂଳରେ ଚର୍ଚ୍ଚା ଖେଳି ଯାଇଛି। ତାହା ସଙ୍ଗେ ସଙ୍ଗେ ମୋହିନୀ ଦୀପର ଦୁଇ ପୁଅ ଓ ମା ଧାମ ଦୀପକୁ ମଧ୍ୟ ମୃତ୍ୟୁର ଭୟ ରହିଛି । ଆଗାମୀ ଦିନରେ ଯେମିତି ଅନ୍ୟ ଅଘଟଣ ନ ହୁଏ ସେଥିପ୍ରତି ଡର ରହିଯାଇଛି। ଏଣୁ ଏଭଳି ଏକ ନୃଶଂସ ବ୍ୟକ୍ତି ଓ ଅମାନବୀୟ ବ୍ୟକ୍ତିକୁ ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ତରଫରୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି । ଏଭଳି ବ୍ୟକ୍ତି ବିଶେଷ ପାଇଁ ଭିନ୍ନକ୍ଷମ କୋଉଠି ନା କୋଉଠି ବଞ୍ଚିବାର ଅଧିକାର ବାଧକ ସାଜୁଛି। ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ତରଫରୁ ସରକାରଙ୍କ ପାଖରେ ୩ ଦଫା ଦାବି ଉପସ୍ଥାପନ କରାଯାଇଛି। ସେଗୁଡିକ ହେଲା ହତ୍ୟାକାରୀ ଭଗବାନ ଗଉଡକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ, ମୋହିନୀ ଦୀପଙ୍କ ଦୁଇ ପୁଅଙ୍କୁ ସରକାର ମହଲରେ ଥଇଥାନ କରାଯାଉ, ମୋହିନୀ ଦୀପ ର ମା ଙ୍କୁ ସୁରକ୍ଷା ପ୍ରଦାନ କରାଯାଉ।
ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ଜିଲ୍ଲା ସଂଯୋଜକ ହେମନ୍ତ କୁମାର ତାଣ୍ଡି, ଉପ ସଂଯୋଜକ ଘନଶ୍ୟାମ ମହାନନ୍ଦ, ଖିରବ୍ଧି ମାଝୀ, ସରୋଜିନୀ ପଟ୍ଟନାୟକ, ମଞ୍ଜୁ ଦିଦି, ହେମଲତା ପ୍ରଧାନୀ, ଦୂତୀଆ ମାଝୀ, ଭଗବାନ ପଟେଲ, କ୍ଷମା ପଟେଲ ପ୍ରମୁଖ ଅନ୍ୟାନ୍ୟ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ