
ନୂଆପଡ଼ା, ୨୫ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ନବୀନ କିଶୋର ପାଢୀଙ୍କ ଯୋଗଦେଇ ଅଧ୍ୟୟନ ଓ ଅଧ୍ୟବସାୟ ସଫଳତାର ଚାବିକାଠି ବୋଲି ବକ୍ତବ୍ଯ ରଖିଥିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ବିଦ୍ୟାଳୟ ଆସିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସରକାରଙ୍କ ଯୋଜନା ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ