
ସମ୍ବଲପୁର, ୨୫, ଏପ୍ରିଲ୍ (ହି.ସ.) ଦୁର୍ନୀତି ମାମଲାରେ ଦୁଇ ଜଣ ଯନ୍ତ୍ରୀଙ୍କୁ ସମ୍ବଲପୁର ଭିଜିଲାନ୍ସ ବିଭାଗ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ମନେରଗା କାମରେ ଅର୍ଥ ଅନିୟମିତତା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଦୁଇ ଜଣ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକରେ ଦୁର୍ନୀତି ମାମଲାରେ ଓଡିଶା ଭିଜିଲାନ୍ସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ଦୁଇଜଣ ପୂର୍ବତନ ଇଞ୍ଜିନିୟରଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନେଶ୍ୱର ବ୍ଲକର ପୂର୍ବତନ ସହକାରୀ ଇଞ୍ଜିନିୟର (ଅବସରପ୍ରାପ୍ତ) ସଦାନନ୍ଦ ପ୍ରଧାନ ଏବଂ ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ସମ୍ବଲପୁର ଭିଜିଲାନ୍ସ ବିଶେଷ ଅଦାଲତ ଦୋଷୀ ଘୋଷଣା କରିଛନ୍ତି। ଶ୍ରୀ ଦାଶ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଦସପଲ୍ଲାର ବୃଟାଙ୍ଗ ସିଚାଇ ପ୍ରକଳ୍ପରେ ସହକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।
ଏହି ମାମଲା ୨୦୦୮-୦୯ ମସିହାରେ ମନେରଗା ଯୋଜନା ଅଧୀନରେ ରାସ୍ତା ସୁଧାର କାମରେ ମାପ ଓ ସଂଯୋଗକୁ ଅଧିକ ଦେଖାଇ ସରକାରୀ ଅର୍ଥ ହରିଲୁଟ୍ କରିବା ନେଇ ଅଭିଯୋଗ ହୋଇଥିଲା । ଓଡିଶା ଭିଜିଲାନ୍ସ ଦ୍ୱାରା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଧାରାରେ ମାମଲା ରୁଜୁ କରାଯାଇଥିଲା।
ବିଚାର ପରେ ମାନ୍ୟବର ଭିଜିଲାନ୍ସ ବିଶେଷ ଅଦାଲତ, ସମ୍ବଲପୁର ଦୁଇଜଣଙ୍କୁ ୨ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡ ଦେଇଛନ୍ତି। ଏହା ସହ ଓଡିଶା ଭିଜିଲାନ୍ସ ପକ୍ଷରୁ ସଦାନନ୍ଦ ପ୍ରଧାନଙ୍କ ପେନସନ ବନ୍ଦ କରିବା ଏବଂ ବିରଞ୍ଚି ନାରାୟଣ ଦାଶଙ୍କୁ ସରକାରୀ ସେବାରୁ ବରଖାସ୍ତ କରିବା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ